ପୋଡିଗଲେ ୩ ଜଣ ବାଳକ ଓ ଜଣେ ବାଳିକା

ପୋଲସରା ( ଅନିଲ କୁମାର ମହାରଣା ) ପୋଲସରା ବ୍ଲକ ଅନ୍ତର୍ଗତ ଖଇରଚଟା ଗ୍ରାମର ୩ ଜଣ ବାଳକ ଓ ଜଣେ ବାଳିକାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ନିଆଁରେ ପୋଡିହୋଇ ପୋଲସରା ମେଡିକାଲରେ ଚିକିତ୍ସା ହେଉଥିବା ଖବର ପାଇ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମେଡିକାଲରେ ପହଞ୍ଚି ଚାରିଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିବା ସହ ଚିକିତ୍ସା ଖର୍ଚ୍ଚ ପାଇଁ ବ୍ୟକ୍ତିଗତ ଭାବେ ୨୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଖବର ନେବାରେ ଜଣା ପଡ଼ିଛି ଯେ ଖଇରଚଟା ଗ୍ରାମର ଦୀପକ ଗୌଡ଼(୭) ପିତା.ଜୟାସେନ,ଆଲୋକ ଜେନା(୬) ପିତା-ରତ୍ନାକର, ଓ ସାଇରାମ ଜାନୀ(୫), ପିତା-ସନ୍ତୋଷ ତିନିଜଣ ବାଳକ ଏବଂ ଇତିଶ୍ରୀ ଜେନା(୬) ପିତା-ସୁକାନ୍ତ ଜଣେ ବାଳିକା ଏକ, ମୋଟ ଚାରି ଜଣ ପାଳଗଦା ନିକଟରେ ଖେଳୁଥିବା ସମୟରେ କୌଣସି କାରଣରୁ ପାଳଗଦାରେ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ଚାରି ଜଣଙ୍କ ପ୍ରାୟ ଶରୀରର ୮୦ ପ୍ରତିଶତ ପୋଡିଯାଇଥିଲା। ସଙ୍ଗେ ସଙ୍ଗେ ଆହାତ ଚାରି ଜଣଙ୍କୁ ପୋଲସରା ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଗୋପବନ୍ଧୁ ବେହେରାଙ୍କ ନେତୃତ୍ୱରେ ତୁରନ୍ତ ଚିକିତ୍ସା ହୋଇଥିଲା। ଖବର ପାଇ ବିଧାୟକ ଶ୍ରୀକାନ୍ତ ସାହୁ ମେଡିକାଲରେ ପହଞ୍ଚି ରୋଗୀମାନଙ୍କ ଅବସ୍ଥା ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରି, ଅବସ୍ଥା ଗୁରୁତର ଥିବା ଯୋଗୁଁ ୧୦୮ ଆମ୍ବୁଲାନ୍ସ ଜରିଆରେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇବାର ବ୍ୟବସ୍ଥା କରିବା ସହ ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ପରିବାରକୁ ପାଞ୍ଚ ହଜାର ଲେଖାଏଁ କୋଡିଏ ହଜାର ଟଙ୍କା ଚିକିତ୍ସା ଖର୍ଚ୍ଚ ପାଇଁ ପ୍ରଦାନ କରିଥିଲେ। ବିଧାୟକ ମହୋଦୟ ପୋଲସରା ନିର୍ବାଚନ ମଣ୍ଡଳୀର ଯେ କୌଣସି ସ୍ଥାନରେ ଦୁର୍ଘଟଣା ଘଟିଥିବା ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଗରିବ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାସହ ବିଭିନ୍ନ ପ୍ରକାରର ସହଯୋଗର ହାତ ବଢ଼ାଉଥିବା ଦେଖିବାକୁ ମିଳିଛି। ବିଧାୟକ ବର୍ତ୍ତମାନ ଗରିବ ଲୋକମାନଙ୍କ ପାଇଁ ଜଣେ ଦେବଦୂତ ପାଲଟି ଥିବା ଚର୍ଚ୍ଚା ହେଉଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ