ପୋଡି ହୋଇ ମାର୍ବଲ ମସ୍ତ୍ରୀ ଗୁରୁତର ଘଟଣା;ଏସଡିପିଓଙ୍କ ଦ୍ୱାରା ତଦନ୍ତଜାରୀ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ଥାନା ଅନ୍ତର୍ଗତ ଗଙ୍ଗଦାହାଟରେ ଜଣେ ଟାଇଲ ମିସ୍ତ୍ରୀ ବୁଧବାର ସଂଧ୍ୟାରେ ଶିଖର-କୋରୁଅ ରାସ୍ତାର ଡେରିକି ପଂଚାୟତ କାର୍ଯ୍ୟାଳୟ ଠାରୁ ୨୦୦ମିଟର ଦୂରରେ ନିଆଁରେ ପୋଡି ହୋଇ ଗୁରୁତର ହୋଇଥିଲା । ନିଆଁରେ ପୋଡି ହୋଇ ଯାଉଥିବା ସମୟରେ ତାଙ୍କ ସହ ଥିବା ଅନ୍ୟ ସଂପର୍କୀୟମାନେ ଉଦ୍ଧାର କରି ଆମ୍ବୁଲାନସ ଯୋଗେ ତାଙ୍କୁ ପ୍ରଥମେ ନାଉଗାଁ ଡାକ୍ତରଖାନା ଚିକିତ୍ସା ପାଇଁ ପଠାଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଗୁରୁବାର ଜଗତସିଂହପୁର ଏସଡିପିଓ ପ୍ରିୟରଂଜନ ଶତପଥୀ ଘଟଣାସ୍ଥଳକୁ ପହଁଚି ଅନୁଧ୍ୟାନ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ଗାରୋଇ ପାଣ୍ଡି କର୍ମଚାରୀ ଗୁରୁତର ମାର୍ବଲ ମିସ୍ତ୍ରୀକୁ କଟକ ମେଡିକାଲରେ ସାକ୍ଷାତ କରିଥିବା ଜଣାଯାଇଛି । ହେଲେ ଖବର ଲେଖା ହେଲା ବେଳକୁ ଗୁରୁତର ମାର୍ବଲ ମିସ୍ତ୍ରୀଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ କରାଯାଇ ନଥିବା ଜଣାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଉକ୍ତ କାଣ୍ଡ ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ତଦନ୍ତ ପରେ ଏହାର ସତ୍ୟା ସତ୍ୟ ଜଣାପଡିବ ବୋଲି ନାଉଗାଁ ଥାନାଧିକାରୀ ଭରତ କୁମାର ବେହେରା ପ୍ରକାଶ କରିଛନ୍ତି । ପ୍ରକାଶଯୋଗ୍ୟ ଯେ ପୋଡି ହୋଇଥିବା ମାର୍ବଲ ମିସ୍ତ୍ରୀଙ୍କ ନାମରେ ୨୦୧୯ ଜୁନ ମାସରେ ଏକ ନାବାଳିକାଙ୍କୁ ଅପହରଣ କରିଥିବା ସଂପର୍କରେ ନାବାଳିକାଙ୍କ ମା ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ତାଙ୍କ ଝିଅ ୨୦୨୦ ଜୁନ ୨୦ତାରିଖରେ ଟିୟୁସନ ଯାଇ ଆଉ ଘରକୁ ଫେରି ନଥିଲେ । ସାହି,ପଡିଶା ଓ ବନ୍ଧୁବାନ୍ଧବ ଘର ଖୋଜା ଖୋଜି କରିବା ପରେ ଝିଅର କୌଣସି ସନ୍ଧାନ ପାଇ ନଥିଲେ । ପରେ ତାଙ୍କ ଗାଁ ପାଖରେ ଭଡାରେ ରହୁଥିବା ବିପିନ ସାହୁ ତାଙ୍କୁ ନେଇଥିବା ସେ ଜାଣିବାକୁ ପାଇଥିଲେ । ଅଭିଯୋଗକୁ ଭିତି କରି ଥାନାରେ ୧୦୧ /୧୯ ରେ ମାମଲା ରୁଜୁ କରାଯିବା ସହିତ ଉକ୍ତ ନାବାଳିକାକୁ ନାଉଗାଁ ଥାନା ପକ୍ଷରୁ ଢେଙ୍କାନାଳରୁ ଉଦ୍ଧାର କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ