ପୋଢ଼ ବଳି ସହ ଉଦଯାପିତ ହେଲା ବାଲିଯାତ୍ରା ମହୋତ୍ସବ
କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍):କୋକସରା ବ୍ଲକ ଧନସରା ଗ୍ରାମ ମା ଲଙ୍କେଶ୍ୱରୀ ଗ୍ରାମ୍ୟ କମିଟି ଦ୍ୱାରା ଆୟୋଜିତ ବାଲିଯାତ୍ରା ରେ ଭିମା ଦେବତା ଙ୍କ ବିବାହ କରିବା ପରେ ଏକ ପୋଢ଼ କୁ ଗ୍ରାମ ପୂଜକ ଙ୍କ ଘରୁ ବନ୍ଦାପନା କରି ଏକ ଗ୍ରାମବାସୀ ମାନେ ଏକ ପଟୁଆର ରେ ଆଣି ବାଲିଯାତ୍ରା ପଡିଆ କୁ ଆଣିବା ପରେ ପୂର୍ବରୁ ପ୍ରସୂତ ଗୁରୁମେ ଶେଷ ଥର ପାଇଁ ପୂଜାପାଠ ସହ ଦେବା ଦେବୀ ଙ୍କ ସୁମରଣା କରିବା ପରେ ଗ୍ରାମ ପୂଜକ ଙ୍କ ନିର୍ଦେଶ ପରେ ପୋଢ଼ କୁ ସର୍ବ ସମ୍ମୁଖ ରେ ହତ୍ୟା କରାଯାଇଥିଲା, ପରେ ପଶୁ କୁ ମାଟି ରେ ଗାତ ଖୋଳି ପୋତି ଦିଆଯାଇଛି, ମାଟି ଦେବତା କୁ ସନ୍ତୁଷ୍ଟ କରିବା ପାଇଁ କିଛି ବର୍ଷ ଅନ୍ତରାଳେ ଏହି ବାଲିଯାତ୍ରା ପର୍ବ କୁ ପାଳନ କରୁଥିବା ବେଳେ ଏହା ଦ୍ୱାରା ଗ୍ରାମରେ ସୁଖ ଶାନ୍ତି ରହେ ବୋଲି ବିଶ୍ବାସ ରହିଛି। ଏହି ପର୍ବ ଦେଖିବାକୁ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ।।