ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ପଶ୍ଚିମ ଓଡିଶା ଠପ୍
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ୍): ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ବୁଧବାର ପଶ୍ଚିମ ଓଡିଶାରେ ଅଖଚକ ବନ୍ଦ ରହିଛି । ଏହାରି ପ୍ରଭାବରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । କୋର୍ଟର କାର୍ଯ୍ୟ ବନ୍ଦ ନିମନ୍ତେ ଓକିଲ ସଂଘ ମଧ୍ୟ ଦୃଢ ନିଷ୍ପତି ନେଇଛି । ଅନ୍ୟ ପଟେ କଳାହାଣ୍ଡି ଜିଲ୍ଲାରେ ଏହାର ପ୍ରଭାବ କିଛି ପଡିନାହିଁ । ବନ୍ଦରେ ସାମିଲ ହୋଇନଥିବାରୁ ବସ ଚଳାଚଳ ସ୍ୱାଭାବିକ ରହିଛି । ସୁରକ୍ଷା ଦ ୃଷ୍ଟିରୁ ବିଭିନ୍ନ ଛକ ସ୍ଥାନରେ ପୋଲିସ ଫୋର୍ସ ମୃତୟନ କରାଯାଇଛି ।


