ପୋଦନା ଗ୍ରାମ କୁ ଗଲା ବାବା ମଧୁସୂଦନ ଙ୍କ ଶ୍ରୀ ବିଗ୍ରହ ଓ ପାଦୁକା
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନୟାହାଟ ର ନୂଆମଠ ଆଶ୍ରମ ରୁ ବାବା ମଧୁସୂଦନ ଙ୍କ ଶ୍ରୀ ବିଗ୍ରହ ଓ ପାଦୁକା ମହାମନ୍ତ୍ର ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ ନାମ ଧ୍ଵନି, ଶଙ୍ଖ ଓ ହରିବୋଲ ହୁଳହୁଳି ଶବ୍ଦରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନୟାହାଟ ନିକଟସ୍ଥ ପୋଦନା ଗ୍ରାମ ର ଲକ୍ଷ୍ମୀଧର ଲେଙ୍କା ଙ୍କ ବାସଭବନ କୁ ଯାଇଥିଲା। ସେଠାରେ ବାବାଜୀ ଅକ୍ଷୟ କୁମାର ଦାସ ଶ୍ରୀ ଗୁରୁଦେବ ଙ୍କୁ ଷୋଡ଼ଶ ଉପଚାର ରେ ପୂଜା କରିଥିଲେ। ଅନୁ ମା ,ବାସନ୍ତୀ ମା, ବୀଣା ମା, ସବିତା ମା ପ୍ରମୁଖ ଶ୍ରୀ ବିଗ୍ରହ ଓ ପାଦୁକା କୁ ବନ୍ଦାପନା କରିଥିଲେ। ସେଠାରେ ବାବା ମଧୁସୂଦନ ଙ୍କ ଲିଖିତ ଭଜନ, ଗୀତ କୁ ସେବିକା ସବିତା ଦାସ, ଶକୁନ୍ତଳା ଦାଶ, ପ୍ରଭାତୀ ଦାସ ପ୍ରମୁଖ ଗାଇଥିଲେ। ଉକ୍ତ ଧାର୍ମିକ କାର୍ଯ୍ୟକ୍ରମ ରେ ପ୍ରାଚୀଗୁରୁ ଧର୍ମକ୍ଷେତ୍ର ର ମୁଖ୍ୟ ବାବାଜୀ ଦାମୋଦର ଦାସ,ବାବାଜୀ ବିବେକାନନ୍ଦ ଦାସ, ବାବାଜୀ ପୂର୍ଣାନନ୍ଦ ଦାସ , ବାବାଜୀ ଆତ୍ମାକୃଷ୍ଣ ଦାସ, ଡ଼ାକ୍ତର ରତ୍ନାକର ମହାନ୍ତି ପ୍ରମୁଖ ଯୋଗଦାନ କରି ଗୁରୁ ତତ୍ତ୍ଵ ଉପରେ ଆଲୋକପାତ କରିଥିଲେ।ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କୁ ପ୍ରୀତି ରଞ୍ଜନ ଦାସ, ଲୀତା ଖଟେଇ, କୃଷ୍ଣ ଚନ୍ଦ୍ର ଓଝା, ରାଜ କିଶୋର ସାହୁ, ସୁକାନ୍ତ ଖଟେଇ, ଶ୍ରୀ ଚରଣ ସ୍ଵାଇଁ ପ୍ରମୁଖ ପରିଚାଳନା କରିଥିଲେ। ଉକ୍ତ ପରିବାର ରେ ଜନ୍ମିତ ନବ ଶିଶୁ କୁ ଶ୍ରୀ ଗୁରୁଦେବ ଙ୍କ ପାଦୁକା ରେ ସମର୍ପଣ କରାଯାଇ ତାର ନାମ କରଣ କରାଯାଇଥିଲା। ଶ୍ରୀ ଗୁରୁ ଙ୍କ ପାଦୁକା ଓ ଶ୍ରୀ ବିଗ୍ରହ କୁ ଦର୍ଶନ କରିବାକୁ ନିକଟସ୍ଥ ସୁଆର, ସିରେଇ,ଜହ୍ନିବାଲିଆ, ପୋଦନା ଗ୍ରାମ ର ଶତାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଥିଲା।


