ପୋର୍ଟ ଟ୍ରଷ୍ଟ ସ୍କୁଲର ପ୍ରାକ୍ତନ କ୍ରୀଡା ଶିକ୍ଷକଙ୍କ ଦେହାନ୍ତ
ପାରାଦୀପ, (ପୀତବାସ ପ୍ରଧାନ) :ପାରାଦୀପ ପୋର୍ଟ ଟ୍ରଷ୍ଟ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ପ୍ରଫୁଲ ଚନ୍ଦ୍ର ପାତ୍ରଙ୍କର ୬୯ ବୟସରେ ଭୁବନେଶ୍ୱର ଠାରେ ପରଲୋକ ହୋଇଯାଇଛି । ସେ ଫୁସଫୁସ୍ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ୨୦୧୨ ମସିହା ଏପ୍ରିଲ୍ ମାସରେ ରେ ଅବସର ଗ୍ରହଣ କରିଥିଲେ । ସ୍ୱର୍ଗତ ପ୍ରଫୁଲ କୁମାର ପାତ୍ର ପାରାଦୀପରେ ପି.ଟି. ସାର୍ , ପାତ୍ର ସାର୍ ନାମରେ ବେଶ୍ ପରିଚିତ ଥିଲେ । ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ସବୁ ମହଲରେ ପ୍ରିୟ ପାତ୍ର ଥିଲେ । ତାଙ୍କର ପତ୍ନୀ ଓ ୩ ପୁତ୍ର ଅଛନ୍ତି । ତାଙ୍କ ବିୟୋଗରେ ପାରାଦୀପ ଅଂଚଳରେ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳି ଯାଇଛି । ପୁରାତନ ଛାତ୍ର ତଥା ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟ, ସଂଜୟ କୁମାର ମିଶ୍ର, ରବିନ୍ଦ୍ର କୁମାର ଜେନା, ବିଶ୍ୱନାଥ ବଳ,ଜଗନ୍ନାଥ ଶତପଥି,ଦୀପକ ଦାସ, ଆଦିତ୍ୟ ରଂଜନ ରାଉତରାୟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।


