ପୋଲରୁ ଖସି ଯୁବକ ମୃତ
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍) : ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଗଢଗ୍ରାମ ନିକଟସ୍ଥ ଖଡଖାଇ ନଦୀ ପୋଲ ଉପରୁ ଖସି ଜଣେ ଯୁବକଙ୍କ ମୃତ ହୋଇଛି । ମୃତ ଯୁବକ ଜଣକ ପୋଲରୁ ଖସି ମୃତ ହୋଇଛି ନା ସେ ନିଜେ ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ରହିଛି ।ମିଳିଥିବା ଖବର ଅନୁଯାୟୀ ଆଜି ଦିନ ପ୍ରାୟ ୧୧ ଟା ସମୟରେ ଏଭଳି ଏକ ଦୁଖଦ ଘଟଣା ଘଟିଛି । ମୃତକ ଜଣକ ଘର ଘୁୂଙ୍ଗୁପାହାଡି ଅଂଚଳରେ ବୋଲି ଜଣାପଡିଥିବା ବେଳେ ତାର ନାମ ହିନ୍ଦୁ ନାଏକ ବୋଲି ଜଣାପଡିଛି । ଖବର ପାଇ ରାଇରଙ୍ଗପୁର ପୋଲି୍ସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ପଞ୍ଚନାମା ନିମନ୍ତେ ମେଡିକାଲକୁ ପଠାଇଛି ।