ପୋଲସରାରେ ବିଜୁ ଜନତା ଦଳର ବାଇକ ରାଲି

ବୁଗୁଡ଼ା, (ଅନିଲ କୁମାର ମହାରଣା) : ମାର୍ଚ୍ଚ ୨୪ ତାରିଖ ଦିନ ସାରା ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ନିର୍ବାଚନ ପ୍ରଚାରର ଶେଷ ଦିନରେ ପୋଲସରା ଏନଏସି ରେ ବିଜୁ ଜନତା ଦଳ ପକ୍ଷରୁ ବାଇକ ରାଲି ମାଧ୍ୟମରେ ନିର୍ବାଚନ କରିଥିଲେ। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ବରେ ସି.ଟି. ସ୍କୁଲ ନିକଟସ୍ଥ ପଡିଆରୁ ଦୁଇ ହଜାର ରୁ ଉର୍ଦ୍ଧ୍ବ କର୍ମୀମାନଙ୍କ ଏକ ବାଇକ ରାଲି ଆରମ୍ଭ ହୋଇ ମୁଖ୍ୟ ସଡ଼କ ପଥରେ ରାଣୀପଡା ପର୍ଯ୍ୟନ୍ତ ଯାଇ ଶକ୍ତି ପ୍ରଦର୍ଶନ କରିବା ସହ ପ୍ରଚାର କରିଥିଲେ। ଏହାପରେ ବିଧାୟକ ଶ୍ରୀ ସାହୁ, ଅଧ୍ୟକ୍ଷା ପ୍ରାର୍ଥୀନୀ, କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥୀନୀ ଏବଂ ଦଳୀୟ କର୍ମକର୍ତ୍ତା ଓ କର୍ମୀ ବୃନ୍ଦ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ଓ୍ବାର୍ଡ ପରିକ୍ରମା କରି ଅଧ୍ଯକ୍ଷା ପ୍ରାର୍ଥୀ ସମେତ ୧୯ ଜଣ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କୁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଭୋଟ ଭିକ୍ଷା କରିଥିଲେ। ଶେଷରେ ପୋଲସରା ବସଷ୍ଟାଣ୍ଡ କୋଣାର୍କ କଲ୍ୟାଣ ମଣ୍ଡପ ଠାରେ ଏକ ନିର୍ବାଚନ ସଭାର ଆୟୋଜନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ