ପୋଲସରାରେ ସୁଦୃଢ଼ ହେଉଛି ବିଜେଡ଼ି, ପୁଣି ଶଙ୍ଖ ଧରିଲେ ୧୦୦ ରୁ ଉର୍ଦ୍ଧ୍ବ ପରିବାର

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ସୁଦୃଢ଼ ହେବାରେ ଲାଗିଛି ବିଜୁ ଜନତା ଦଳ। ଗତ ଦୁଇ ତିନି ମାସକୁ ଲକ୍ଷ କଲେ ଜଣାପଡୁଛି ଯେ ବିଜେଡିର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି। ଗତ ସେପ୍ଟେମ୍ବର ୨୭ ତାରିଖରେ ଖଣ୍ଡୁରୁ ଗ୍ରାମର ବିଜେପି ନେତା କାହ୍ନୁ ଚରଣ ସାହୁଙ୍କ ନେତୃତ୍ୱରେ ଶତାଧିକ ପରିବାର ବିଜେଡିରେ ସାମିଲ ହୋଇଥିଲେ। ଅକ୍ଟୋବର ୩ ତାରିଖରେ ବୁଗୁଡା ଏନଏସିରେ ବିଚିତ୍ର ପରିଡାଙ୍କ ସମେତ ୩୪ ଜଣ କର୍ମୀ ଶଙ୍ଖ ଧରିଥିଲେ।ସେହି ମାସ ୧୦ ତାରିଖରେ ପୋଲସରା ବ୍ଲକର ବାଘାଡି ଗ୍ରାମର ବିଜେପି ନେତା ରଙ୍କନିଧି ସାହୁଙ୍କ ନେତୃତ୍ୱରେ ୬୦ ରୁ ଉର୍ଦ୍ଧ୍ବ ପରିବାର ବିଜେଡିରେ ମିଶିଥିଲେ। ନଭେମ୍ବର ୧୫ ତାରିଖରେ କଣଛାଇ ଗ୍ରାମର ଶିଳ୍ପପତି ସନ୍ତୋଷ ଦାଶ ଓ ପୂର୍ବତନ ସରପଞ୍ଚ ବସନ୍ତ ବେହେରାଙ୍କ ନେତୃତ୍ୱରେ ୧୧୪ ପରିବା ଓ ୨୨ ତାରିଖରେ ପୋଲସରା ଏନଏସିର ଦୁଇଟି ୱାର୍ଡର ୮୦ ଟି ପରିବାର ବିଜେପି ତ୍ୟାଗକରି ବିଜେଡିକୁ ଆସିଥିଲେ। ଡିସେମ୍ବର ୧୨ ତାରିଖରେ ମାଁ ସିଂହାସିନୀ ପୀଠରେ ପାଣ୍ଡିରିପଡ଼ା ପାଞ୍ଚାୟତର ଶତାଧିକ କର୍ମୀ ବିଜେପି ପରିତ୍ୟାଗ କରି ବିଜେପି ନେତାଙ୍କୁ କଟୁ ସମାଲୋଚନା କରି ଶ୍ରୀକାନ୍ତ ସାହୁଙ୍କ ଜନ ସମ୍ପର୍କରେ ଆକୃଷ୍ଟ ହୋଇ ବିଜେଡିରେ ଯୋଗ ଦେଇଥିଲେ। ବିଜେପି ନେତା ଗୋକୁଳାନନ୍ଦ ବାବୁଙ୍କ ପାଟି ଖୋଲୁ ଖୋଲୁ ବୁଗୁଡା ବ୍ଲକ ଗୋଲିଆ ପାଞ୍ଚାୟତର ଯେଉଁ ବିଜେପି ନେତା ଓ କର୍ମୀ ଅଣ୍ଟାଭିଡ଼ି ପଛରେ ଛିଡ଼ା ହେଉଥିଲେ ସେହି ସମସ୍ତ ବିଜେପି କର୍ମୀ ମାନସ କୁମାର ପ୍ରଧାନଙ୍କ ନେତୃତ୍ୱରେ ବିଜେଡିର ପ୍ରତିଷ୍ଠା ଦିବସ ଡିସେମ୍ବର ୨୬ ତାରିଖରେ ଶଙ୍ଖ ଧରିଛନ୍ତି। ଆଜି ଜାନୁଆରୀ ୬ ତାରିଖ ଦିନ ପୋଲସରା ବ୍ଳକର ଜେ.ଡେଙ୍ଗାପଦର ଗ୍ରାମର ଶତାଧିକ ବିଜେପି ପରିବାର ବରିଷ୍ଠ ଆଇନଜୀବୀ ସୁଶାନ୍ତ କୁମାର ମଳିକଙ୍କ ନେତୃତ୍ବରେ ବିଜେଡି ରେ ଯୋଗଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଜନ ସମ୍ପର୍କ ଓ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି। ବିଜେପି ତ୍ୟାଗ କରିଥିବା ଅଧିବକ୍ତା ଶ୍ରୀ ମଳିକ ନିଜର ମତ ରଖି ପ୍ରକାଶ କରିଛନ୍ତି ଯେ, ସେ ସୁପ୍ରିମକୋର୍ଟର ଓକିଲାତି ଛାଡି ଦିଲ୍ଲୀରୁ ପଲ୍ଲୀକୁ ଆସିଥିଲେ ଅଞ୍ଚଳର କିଛି ଉପକାର କରିବାପାଇଁ। ସେଥିପାଇଁ ଦୀର୍ଘ ବର୍ଷ ଧରି ବିଜେପି ରେ ରହି ଦଳକୁ ମଜଭୁତ କରିଥିଲେ ମଧ୍ୟ ବିଜେପିରେ ଉପେକ୍ଷିତ ହେବା ସହ କେବଳ ମିଥ୍ୟା ପ୍ରତିଶ୍ରୁତି ମିଳିଛି। ବର୍ତ୍ତମାନ ବିଜେଡି ଦଳକୁ ସୁଦୃଢ କରିବା ପାଇଁ କାର୍ଯ୍ୟ କରିବି। ବିଧାୟକ ଶ୍ରୀକାନ୍ତ ସାହୁ ବିଜେଡିରେ ସାମିଲ ହୋଇଥିବା ସମସ୍ତଙ୍କୁ ଉପଢୌକନ ଓ ପୁଷ୍ପମାଲ୍ୟ ପ୍ରଦାନ କରି ବିଜେଡିକୁ ସ୍ୱାଗତ କରିଥିଲେ। ଶ୍ରୀ ମଳିକ ଓ ତାଙ୍କର ସମର୍ଥକ ବିଜେଡ଼ିରେ ସାମିଲ ହୋଇଥିବା ଯୋଗୁଁ ଦଳ ଆହୁରି ସୁଦୃଢ଼ ହୋଇପାରିବ ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ