ପୋଲସରା ଆଞ୍ଚଳିକ ମହିଳା ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର
ପୋଲସରା – ଆଞ୍ଚଳିକ ମହିଳା ମହାବିଦ୍ୟାଳୟରେ ସୋମବାର ଠାରୁ ଆରମ୍ଭ ହୋଇଥିବା ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିରକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ କ।ର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରଞ୍ଜିତା କୁମାରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ଏବଂ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଶିଶିରକାନ୍ତ ବିଷୋୟୀ ଓ ତାଲିମ ଶିବିରର ସଂଯୋଜିକା ଅଧ୍ୟାପିକା ସନ୍ଧ୍ୟା କୁମାରୀ ନାୟକ ଯୋଗ ଦେଇଥିଲେ । ମାଷ୍ଟର ଟ୍ରେନର ଭାବେ ସୁଚିତ୍ରା ବେହେରା ଓ ସୁଜ୍ଞାନୀ କୁମାରୀ ପ୍ରଧାନ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ପାଇଁ ବିଭିନ୍ନ କୌଶଳ ବିଷୟରେ ତାଲିମ ପ୍ରଦାନ କରିବେ। ଏହି ତାଲିମ ଶିବିର ୧୨ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।


