ପୋଲସରା ଏନଏସିରେ ୮୬ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ଼ ଓ ଭତ୍ତା ବଣ୍ଟନ
ପୋଲସରା- ପୋଲସରା ଏନଏସି ସଭା ଗୃହରେ ସେମାବାର ଦିନ ୮୬ ହିତାଧିକାରୀଙ୍କୁ ରାସନ କାର୍ଡ଼ ଓ ଭତ୍ତା ବଣ୍ଟନ କରାଯାଇଛି । ଏହି କ।ର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ରାସନ କାର୍ଡ ଓ ଭତ୍ତା ବଣ୍ଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୋଲସରା ଏନଏସି କ।ର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।


