ଓମାନର ନୂଆ ସୁଲତାନ ହେଲେ ସଏଦ୍ ହଇଥମ୍ ବିନ୍ ତାରିଫ ଅଲ୍ ସଏଦ

ସୁଲତାନ କାବୁସଙ୍କ ପରଲୋକ ଘଟିବା ପରେ ସଏଦ୍ ହଇଥମ୍ ବିନ୍ ତାରିଫ ଅଲ୍ ସଏଦ ଓମାନର ନୂଆ ସୁଲତାନ ଭାବେ ସୋମବାର କାର‌୍ୟ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଓମାନର ଭାରତ ସହ ସଂପର୍କ ଅତି ପ୍ରାଚୀନ ହୋଇଥିବାରୁ ନୂଆ ସୁଲତାନଙ୍କ ନେତୃତ୍ୱରେ ଦୁଇଦେଶ ମିଳିତ ଭାବେ କାର‌୍ୟ୍ୟ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ସୂଚନାଥାଉକି ଶୁକ୍ରବାର ବିଳମ୍ବିତ ରାତ୍ରୀରେ ୭୯ ବର୍ଷ ବୟସରେ ଓମାନ୍ର ସୁଲ୍ତାନ୍ କ୍ୱାବୁସ୍ ବିନ୍ ସୈଦଙ୍କ ଦେହାନ୍ତ ଘଟିଛି। ପ୍ରାୟ ୪୯ ବର୍ଷ ରାଜତ୍ୱରେ ସେ ଦାରିଦ୍ର‌୍ୟ ପ୍ରପୀଡ଼ିତ ଓମାନକୁ ଏକ ସମୃଦ୍ଧଶାଳୀ ଓ ଆଧୁନିକ ରାଷ୍ଟ୍ରରେ ପରିଣତ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ