ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା କରଣ

ପୋଲସରା,(ଅନିଲ କୁମାର ମହାରଣା): ପୋଲସରା ସହରର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୋମବାର କୋଭାସିଲଡ଼ ଟୀକା କରଣର ଶୁଭାରମ୍ଭ ହୋଇଯାଇଛି । ଟୀକାକରଣର ପ୍ରଥମ ଦିନରେ ୩୭ ଜଣ ଟୀକା ଗ୍ରହଣ କରିଥିବା ବେଳେ ଦ୍ଵିତୀୟ ଦିନରେ ୯୨ ଜଣ ଟୀକା ଗ୍ରହଣ କରିଛନ୍ତି। ପ୍ରଥମ ଦଫାରେ କରୋନା ଯୋଦ୍ଧା ମାନଙ୍କୁ ଟୀକା ଦେବାକୁ ସ୍ଥିର ହୋଇଥିବା ବେଳେ ଦୁଇଦିନରେ ମୋଟ ୧୨୯ ଜଣ ଟୀକା ଗ୍ରହଣ କରିଛନ୍ତି । ମୋଟ ୪୨୯ ଟୀକା ଆସିଥିବା ବେଳେ ଆହୁରି ୩୦୦ କରୋନା ଯୋଦ୍ଧା ଟିକାନେବେ। ଏହି ଟୀକା ଦାନ କାର୍ଯ୍ୟକ୍ରମ ୪ଦିନ ଧରି ଅନୁଷ୍ଠିତ ହେବା । ମେଡ଼ିକାଲ ଡାକ୍ତର ଓ କର୍ମଚାରୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ସହାୟିକା ପ୍ରଭୃତି କରୋନା ଯୋଦ୍ଧା ପ୍ରଥମେ ଏହି ଟୀକା ନେବେ। ଉକ୍ତ କାର୍ଯ୍ୟକ୍ରମକୁ ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ଏବିଡ଼ିଓ ଧର୍ମରାଜ ପରିଡା, ସିଏଚସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଗୋପବନ୍ଧୁ ବେହେରା, ବିପିଏମ୍ ସୁଭେନ୍ଦୁ କୁମାର ଦାସ ପ୍ରମୁଖ ପରିଚାଳନା କରୁଥିବା ବେଳେ ଦୁଇ ଦିନରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଜଣାପଡିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ