ପୋଲସରା ତହସିଲ ପରିଦର୍ଶନରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର

ପୋଲସରା, (ଅନିଲ କୁମାର ମହାରଣା):ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆଓ ଶୁକ୍ରବାର ଦିନ ପୋଲସରା ତହସିଲ ପରିଦର୍ଶନରେ ଆସିଥିଲେ। ପୋଲସରା ତହସିଲଦାର ଦିଲ୍ଲୀପ କୁମାର ନାୟକ କମିଶନର ଟି.ଆଓ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି କାର୍ଯ୍ୟାଳୟକୁ ସ୍ୱାଗତ କରିଥିଲେ। କମିଶନର ଶ୍ରୀ ଆଓ ତହସିଲ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ନେଇ ଅନୁଧ୍ୟାନ କରିବା ସହିତ ନଥିପତ୍ର ଯାଞ୍ଚ କରିଥିଲେ। ଏଥିସହ ତହସିଲ କାର୍ଯ୍ୟାଳୟର ବିଭିନ୍ନ କର୍ମଚାରୀଙ୍କୁ ଆବଶ୍ୟକୀୟ ପ୍ରଶ୍ନ ପଚାରି ସନ୍ତୋଷ ଜନକ ଉତ୍ତର ପାଇଥିବା ଜଣାପଡିଛି। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନଙ୍କ ଗ୍ରସ୍ତ ସମୟରେ ତହସିଲଦାର ଦିଲ୍ଲୀପ କୁମାର ନାୟକ ଇ ଅତିରିକ୍ତ ତହସିଲଦାର ଶୋଭନ କୁମାର ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ