ପିପୁଲସ କଲେଜ ପକ୍ଷରୁ ଶହୀଦ ଜୱାନଙ୍କ ଉଦ୍ଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବୁଗୁଡା, (ଅନିଲ କୁମାର ମହାରଣା):ସ୍ଥାନୀୟ ପିପୁଲସ କଲେଜ ପକ୍ଷରୁ ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ଶହୀଦ ଜୱାନ ମାନଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଦିନ ଶୋକସଭା ଅନୁଷ୍ଠିତ ହୋଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମତେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦଙ୍କ ଉପସ୍ଥିତି ରେ ସ୍ବର୍ଗତ ଜେନେରାଲ ବିପିନ ଲକ୍ଷ୍ମନ ସିଂ ରାୱତ ଏବଂ ଅନ୍ୟ ୧୧ ଜଣ ଅଧିକାରୀ ଓ ଜୱାନ ବୃନ୍ଦ ସମେତ ଶ୍ରୀ ରାୱତ ଙ୍କ ଧର୍ମପତ୍ନୀଙ୍କ ଉଦ୍ଦେଶ୍ୟରେ କଲେଜ ପକ୍ଷରୁ ଅଧ୍ୟକ୍ଷ ପ୍ରଫେସର ରଜନୀକାନ୍ତ ଦାଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ପୂର୍ବରୁ କଲେଜର ଏନସିସି କ୍ୟାଡଟମାନେ ଅଧ୍ୟକ୍ଷ ଶ୍ରୀ ଦାଶଙ୍କୁ ଶୋକସଭା ସ୍ଥଳିକୁ ପାଛୋଟି ଆଣିଥିଲେ। ଶୋକସଭାରେ ପ୍ରଥମେ ସହୀଦ ଜୱାନଙ୍କ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ମଧ୍ୟ ଜୱାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଶୋକସଭାରେ ଅଧ୍ୟକ୍ଷ ଶ୍ରୀ ଦାଶ ସ୍ବର୍ଗତ ଜେନେରାଲ ରାୱତ ଙ୍କ ବିଭିନ୍ନ ବୀରତ୍ବପୂର୍ଣ ଗାଥା ପ୍ରକାଶ କରିବା ସହ ଶ୍ରୀ ରାୱତ, ସେନାବାହିନୀକୁ ଅତ୍ୟାନୁଧିକ ପ୍ରଣାଳୀରେ ଶକ୍ତିଶାଳୀ କରିପାରିଥିଲେ ବୋଲି ବକ୍ତବ୍ୟ ରଖିଥିଲେ। ଭାରତ ଇତିହାସରେ ତାଙ୍କ କାର୍ଯ୍ୟ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବା ସହ ଭାରତ ମାତା ଜଣେ ବୀର ପୁରୁଷଙ୍କୁ ହରାଇଥିବା ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ