ପୋଲସରା ବନାଞ୍ଚଳ ପକ୍ଷରୁ ମୂଲ୍ୟବାନ କାଠ ଜବତ

ପୋଲସରା,(ଅନିଲ କୁମାର ମହାରଣା):ଲକ୍ ଡାଉନର ସୁଯୋଗ ନେଇ ପୋଲସରା ବନାଞ୍ଚଳରେ କାଠ ମାଫିଆଙ୍କ ରାଜ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ବନ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ ଆରମ୍ଭ କରାଯାଇଛି । ପୋଲସରା ସେଣ୍ଟ ଜାଭିୟର ସ୍କୁଲ ନିକଟରେ ଚିରିକିପଡା ଶାସନ ଚନ୍ଦ୍ରଭାନ ସାହୁଙ୍କ ଅର୍ଦ୍ଧନିର୍ମିତ ଘରେ ୯.୬୨ ଘନଫୁଟର ୨୬ ଗୋଟି ଶାଳ କାଠ ଓ ଘରପଛ ପଟେ ଥିବା ୩୫ ଗୋଟି ବଲ୍ଲା କାଠ ଜବତ କରିଛି ପୋଲସରା ବନାଞ୍ଚଳ। ପୋଲସରା ବନାଞ୍ଚଳ ପକ୍ଷରୁ କେସ୍ ରୁଜ୍ଜୁ କରାଯାଇ ଶାଳ କାଠ ନିମନ୍ତେ ୧୮ହଜାର ୩୨୭ ଟଙ୍କା ରାଜସ୍ବ ଆଦାୟ କରାଯାଇଥିବା ବେଳେ ବଲା କାଠ ପାଇଁ ୫ହଜାର ୬ ଶହ ଟଙ୍କା ରାଜସ୍ବ ଆଦାୟ କରାଯାଇଛି । ସେହିପରି ନରସିଂହପଲ୍ଲୀ ଓ ନିମିନା ଗ୍ରାମ ଠାରେ କଞ୍ଚା ଜାଳ କାଠ ବାବଦକୁ ନେଇ ଭାନୁ ପ୍ରତାପ ସାହୁ ଓ ଅଭିମନ୍ୟୁ ସାହୁ ଙ୍କ ନାମରେ ପୃଥକ ଭାବେ କେସ୍ ରୁଜ୍ଜୁ କରି ୩ ହଜାର ଟଙ୍କା ଲେଖାଏଁ ଉଭୟଙ୍କ ଠାରୁ ୬ ହଜାର ଟଙ୍କା ରାଜସ୍ବ ଆଦାୟ କରାଯାଇଛି। ଅନ୍ୟ ଏକ ଘଟଣାରେ ବେଲଗାଁ ଛକ ଠାରେ ଏକ ଟ୍ରାକ୍ଟରରେ କିଛି କାକପୋଇ କାଠ ଯାଉଥିବା ବେଳେ ଅଟକ ରଖି ପଚାରା ଉଚରା କରି ଟ୍ରାକ୍ଟରକୁ ଛାଡ଼ି ଦେଇଥିଲେ । ପୋଲସରା ବନାଞ୍ଚଳ ଜଙ୍ଗଲରୁ ଅବାଧରେ କାଠ ମାଫିଆଙ୍କ ରାଜ ଚାଲିଥିବା ବେଳେ ପୋଲସରା ବନାଞ୍ଚଳ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ ଜାରି କରାଯାଇ ମୂଲ୍ୟ କାଠସହ ୨୯ ହଜାର ୯୨୭ ଟଙ୍କା ରାଜସ୍ବ ଆଦାୟ କରାଯାଇ ଥିବା ପୋଲସରା ଫରେଷ୍ଟର ହରପ୍ରସାଦ ସାହୁ ପ୍ରକାଶ କରିଛନ୍ତି। ପୋଲସରା ବନାଞ୍ଚଳରେ ଏଭଳି ଚଢ଼ାଉ ଜାରି ରହିଲେ ଭବିଷ୍ୟତରେ ସରକାରଙ୍କ ରାଜସ୍ବ ବୃଦ୍ଧି ହେବା ସହ ଜଙ୍ଗଲ ବୃଦ୍ଧି ପାଇ ପରିବେଶ ସୁରକ୍ଷା ହେବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ