ପୋଲସରା ବିଜେଡିର ବିଜୟୀ ଉତ୍ସବ ପାଳନ
ପୋଲସରା(ମନୋଜ କୁମାର ଘଡେଇ)ବିଜେପୁର ଉପନିର୍ବାଚନ ରେ ବିଜେଡ଼ି ବିଧାୟିକା ପ୍ରାର୍ଥୀ ରୀତା ସାହୁ ବିପୁଳ ସଂଖ୍ୟାରେ ଐତିହାସିକ ରେକର୍ଡ କରି ବିଜୟୀ ଲାଭ କରିଥିବା ବେଳେ ସାରା ଓଡିଶା ବାସୀ ଆଜି ବିଜୟୀ ଉତ୍ସବ ପାଳନ କରୁଛନ୍ତି । ଯାହାକୁ ନେଇ ପୋଲସରା ବିଜେଡି ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୟୀ ପ୍ରାଥିନି ରୀତା ସାହୁ ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ମଧ୍ୟ ବିପୁଳ ସଂଖ୍ୟାରେ ବିଜୟକୁ ନେଇ ଶୁଭ ଅଭିନନ୍ଦନ ଜଣାଇବା ସହ କର୍ମୀ ମାନେ ମୁଖ୍ୟ ସଡ଼କ ଉପରେ ବାଣ ଫୁଟାଇ ବିଜୟୀ ଉତ୍ସବ ପାଳନ କରିଛନ୍ତି । ନିର୍ବାଚନ ଉସ୍ମତାକୁ ନେଇ ବିଜେପୁର ନିର୍ବାଚନ ମଣ୍ଡଳୀର ପ୍ରତିଟି କ୍ଷେତ୍ରକୁ ସ୍ବତନ୍ତ୍ର ନଜର ଦେବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ବିଧାୟକ ତଥା ଗଂଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କୁ ସଂପୂର୍ଣ୍ଣ ଦାୟିତ୍ୱ ଭାର ଦିଆ ଯାଇଥିଲା । ଯାହାକୁ ନେଇ ବିଜେପୁର ବିଧାନସଭା ଆସନରୁ ବିପୁଳ ମାତ୍ରରେ ଏକ ଐତିହାସିକ ରେକର୍ଡ ସୃଷ୍ଟି କରି ରୀତା ସାହୁ ଆଜି ବିଜୟୀ ମୁକୁଟ ପିନ୍ଧିଛନ୍ତି । ଉକ୍ତ ବିଜୟ ଧାରାକୁ ନେଇ ପୋଲସରା ବିଜେଡ଼ି ପକ୍ଷରୁ ସଂପୂର୍ଣ୍ଣ ଶ୍ରେୟ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଦେବା ସହ ଦଳୀୟ ନେତା ଓ କର୍ମୀ ମାନେ ପରସ୍ପରକୁ ଆଲିଙ୍ଗନ କରି ମିଠା ଖୁଆଇ ବିଜୟୀ ଉତ୍ସବ ପାଳନ କରିଥିଲେ ।