ପୋଲସରା ବିଧାୟକଙ୍କ ବିଭିନ୍ନ ଅଞ୍ଚଳ ପରିଦର୍ଶନ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ମଇ ୨୮ ତାରିଖ ଅପରାହ୍ନରେ ବୁଗୁଡା ବ୍ଲକର ଚାରିଗୋଟି ଗ୍ରାମକୁ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ସମୀକ୍ଷା କରିବା ସହ ଅଭାବ ଅସୁବିଧା ନେଇ ଜନସାଧାରଣଙ୍କ ଆଲୋଚନା କରିଥିଲେ । ଶନିବାର ଦିନ ବିଧାୟକ ଶ୍ରୀ ସାହୁ ବୁଗୁଡା ବ୍ଲକ ଅନ୍ତର୍ଗତ ପୋଚାଲୁଣ୍ଡି, ବିଷ୍ଣୁଚକ୍ର, ରାମଗଡ଼ ଓ ଖରିଡା ଗ୍ରାମ ପରିଦର୍ଶନ କରିବାକୁ ଯାଇଥିଲେ । ସମସ୍ତ ଗ୍ରାମରେ ଭବ୍ୟ ସମ୍ବର୍ଦ୍ଧନା ସହ ବିଧାୟକଙ୍କୁ ଗ୍ରାମକୁ ପାଛୋଟି ନେଇଥିଲେ। ପ୍ରତ୍ୟେକ ଗ୍ରାମର ବୈଠକରେ ଲୋକମାନଙ୍କ ସହ ଅଭାବ ଅସୁବିଧା ନେଇ ଆଲୋଚନା କରିଥିଲେ । ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏଥିସହ ଲୋକମାନଙ୍କ ସହ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ସମୀକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ