ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନିର୍ବାଚନ ପ୍ରଚାର

ପୋଲସରା/ବୁଗୁଡା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ମଇ ୧୨ ତାରିଖ ଦିନ ପୋଲସରା ଏନ୍.ଏ.ସି ଅନ୍ତର୍ଗତ ରାଣୀପଡ଼ା ବଡ଼ ସାହି ଠାରେ ବିଜୁ ଜନତା ଦଳ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ। ସେହିପରି ପୋଲସରା ବ୍ଲକ୍ ଅନ୍ତର୍ଗତ ବି.ନୂଆଁପଲ୍ଲୀ, ବଣରାମଚନ୍ଦ୍ରପୁର, ପି.ନୂଆଁଗାଁ, ମଙ୍ଗଳପୁର, ବଡ଼ପଙ୍କଳବାଡ଼ି ଓ ଚଣ୍ଡିରାମଚନ୍ଦ୍ରପୁର ଗ୍ରାମ ଠାରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଶ୍ରୀକାନ୍ତ ସାହୁ ଯୋଗ ଦେବା ସହ ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଲୋକମାନଙ୍କୁ ନିବେଦନ କରିଥିଲେ। ଅପରାହ୍ନରେ ପୋଲସରା ବ୍ଲକ୍ ଅନ୍ତର୍ଗତ ଚିରିକିପଡ଼ା ଶାସନ, ବିରିପୁର, ନରସିଂହପଲ୍ଲୀ, ମାଳତେନ୍ତୁଳିଆ, ଖଇରଛଟା ଓ ହଂସରାଳି ଗ୍ରାମରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାହୁ ଯୋଗ ଦେଇ ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ମଇ ୧୩ ତାରିଖ ଦିନ ପୂର୍ବାହ୍ନରେ ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ତାକରଡ଼ା, ମତାଝରୀ, ଡେଙ୍ଗାବାଡ଼ି, ବାଘୁଆ କଲୋନୀ, ବାଦପଲ୍ଲୀ, ସୁଳିଆପଲ୍ଲୀ, କରଚୁଲି, ପଥରବଣୀ ଗ୍ରାମ ଠାରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ବିଧାନସଭା ପ୍ରାର୍ଥୀ ତଥା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ବିଜୁ ଜନତା ଦଳର ବିଧାନସଭା ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ପ୍ରତ୍ୟେକ ଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ବିଜେଡି ସରକାରର ବିଭିନ୍ନ ଜନହିତକାରୀ ଯୋଜନା ବିଷୟରେ କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରି ଓଡ଼ିଶାର ପ୍ରଗତି ରଥକୁ ଆଗେଇ ନେବାକୁ ନିବେଦନ କରିଥିଲେ। ବିଧାୟକଙ୍କ ଏହି ପ୍ରଚାର କାର୍ଯ୍ୟକ୍ରମରେ ଉଭୟ ବ୍ଲକ ଓ ଏନଏସିର ବିଜେଡି କର୍ମକର୍ତ୍ତା ଓ ଜନପ୍ରତିନିଧି ଏବଂ ସାଧାରଣ ଜନତା ବହୁ ସଂଖ୍ୟାରେ ଯୋଗଦେଇଥିଲେ। ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଲୋକମାନଙ୍କୁ ନିବେଦନ କରିଥିଲେ। ଅପରାହ୍ନରେ ପୋଲସରା ବ୍ଲକ୍ ଅନ୍ତର୍ଗତ ଚିରିକିପଡ଼ା ଶାସନ, ବିରିପୁର, ନରସିଂହପଲ୍ଲୀ, ମାଳତେନ୍ତୁଳିଆ, ଖଇରଛଟା ଓ ହଂସରାଳି ଗ୍ରାମରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାହୁ ଯୋଗ ଦେଇ ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ମଇ ୧୩ ତାରିଖ ଦିନ ପୂର୍ବାହ୍ନରେ ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ତାକରଡ଼ା, ମତାଝରୀ, ଡେଙ୍ଗାବାଡ଼ି, ବାଘୁଆ କଲୋନୀ, ବାଦପଲ୍ଲୀ, ସୁଳିଆପଲ୍ଲୀ, କରଚୁଲି, ପଥରବଣୀ ଗ୍ରାମ ଠାରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ବିଧାନସଭା ପ୍ରାର୍ଥୀ ତଥା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ବିଜୁ ଜନତା ଦଳର ବିଧାନସଭା ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ପ୍ରତ୍ୟେକ ଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ବିଜେଡି ସରକାରର ବିଭିନ୍ନ ଜନହିତକାରୀ ଯୋଜନା ବିଷୟରେ କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରି ଓଡ଼ିଶାର ପ୍ରଗତି ରଥକୁ ଆଗେଇ ନେବାକୁ ନିବେଦନ କରିଥିଲେ। ବିଧାୟକଙ୍କ ଏହି ପ୍ରଚାର କାର୍ଯ୍ୟକ୍ରମରେ ଉଭୟ ବ୍ଲକ ଓ ଏନଏସିର ବିଜେଡି କର୍ମକର୍ତ୍ତା ଓ ଜନପ୍ରତିନିଧି ଏବଂ ସାଧାରଣ ଜନତା ବହୁ ସଂଖ୍ୟାରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ