ପୋଲସରା ବ୍ଲକରେ କରୋନା ସଚେତନତା ଅଭିଯାନ

ପୋଲସରା,(ଅନିଲ କୁମାର ମହାରଣା): ପୋଲସରା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୧୧ ତାରିଖରେ ମଥୁରା, ବନ୍ଥପଲ୍ଲୀ, ଜେ ଡେଙ୍ଗାପଦର ଓ ଲକ୍ଷ୍ମଣପଲ୍ଲୀ ଗ୍ରାମରେ କରୋନା ସଚେତନତା ଅଭିଯାନ ହୋଇଯାଇଛି । ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ବ୍ଲକ ସମ୍ପାଦକ ଅଶୋକ ବିଷୋୟୀଙ୍କ ସମେତ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା ଜିଲ୍ଲା ପରିଷଦ ସଦସ୍ୟା ସୁଚିତ୍ରା ବିଷୋୟୀ , ସରପଞ୍ଚ, ସମିତି ସଭ୍ୟ,ଦଳୀୟ କର୍ମୀ ଓ ବହୁ ସମର୍ଥକ କରୋନା ସଚେତନତା ଅଭିଯାନରେ ସାମିଲ ହୋଇଥିଲେ । ହାତକୁ ସାବୁନ ଦ୍ୱାରା ବାରମ୍ବାର ସଫା କରିବା, ଅତି ଜରୁରୀ ଆବଶ୍ୟକ ବେଳେ ବାହାରକୁ ଗଲେ ନିଶ୍ଚିତ ଭାବେ ମାସ୍କ ପିନ୍ଧିବା, ଓ ସାମାଜିକ ଦୂରତା ବଜାୟ ରଖିବାକୁ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ସରକାରଙ୍କ କୋଭିଡ ନିୟମ ମାନି ଚାଲିବା ଦ୍ୱାରା କରୋନା ସଂକ୍ରମିତକୁ ନିଶ୍ଚିତ ଭାବେ ରୋକିପାରି କରୋନା ମୁକ୍ତ ହୋଇପାରିବା ବୋଲି ବିଧାୟକ ଶ୍ରୀ ସାହୁ ଜନସାଧାରଣଙ୍କୁ ବୁଝାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ