ପୋଲସରା ବ୍ଲକରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅକ୍ଟୋବର ୧୪ ତାରିଖ ଦିନ ପୋଲସରା ବିଧାୟକ ତଥା ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ପୋଲସରା ବ୍ଲକର ମଥୁରା ଗ୍ରାମରୁ ଆରମ୍ଭ ହୋଇଥିଲା। ଏହାପରେ ଜନସମ୍ପର୍କ ପଦଯାତ୍ରା ଜା.ଡେଙ୍ଗାପଦର, ବନ୍ଥ ପଲ୍ଲୀ, ଖଣ୍ଡୁରୁ, କଳମ୍ବ ପରେ ଜକର ପଞ୍ଚାୟତରେ ଶେଷ ହୋଇଥିଲା । ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପ୍ରତ୍ୟେକ ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ବିଷୟ ଜନସାଧାରଣଙ୍କୁ ଅବଗତ କରାଇବା ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରତ୍ୟେକ ଗ୍ରାମରେ ପଥପ୍ରାନ୍ତ ସଭା ଆୟୋଜନ ହୋଇଥିଲା । ମନ୍ତ୍ରୀ ଶ୍ରୀ ସାହୁଙ୍କ ସମେତ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ସଭାପତି ସୁଶାନ୍ତ କୁମାର ପୋଲାଇ, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ, ଝୁନୁ ଦାସ, ଓ ବିକ୍ରମ କୁମାର ନାୟକ, ପୋଲସରା ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଜିଲ୍ଲା ବିଜୁ ମହିଳା ଜନତା ଦଳ ଉପ ସଭାନେତ୍ରୀ କବିତା ସାହୁ, ପୋଲସରା ବ୍ଲକ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସଂଯୁକ୍ତା ବାଡ଼ତ୍ୟା, ନଗର ସଭାନେତ୍ରୀ କନକ ରାଉତ, ପୋଲସରା ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ, ବ୍ଲକ୍ ଯୁବ ବିଜେଡି ସଭାପତି ସିଲୁ ଦଳେଇ, ରଞ୍ଜନ କୁମାର ସାହୁ, ପ୍ରତାପ କୁମାର ପ୍ରଧାନ, ଜା.ଡେଙ୍ଗାପଦର ପଞ୍ଚାୟତର ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା, ପୂର୍ବତନ ସରପଞ୍ଚ ସୁକାନ୍ତ କୁମାର ଭୂୟାଁ, କବିରାଜ ଦାସ, ବନ୍ଥ ପଲ୍ଲୀ ସରପଞ୍ଚ ପବିତ୍ର ରାଉତ, ଖଣ୍ଡୁରୁ ସରପଞ୍ଚ ପ୍ରତିନିଧି ସୂର୍ଯ୍ୟ ନାରାୟଣ ପଣ୍ଡା, ପୂର୍ବତନ ସରପଞ୍ଚ ରଞ୍ଜିତ କୁମାର ବାରିକ, କଳମ୍ବ ସରପଞ୍ଚ ଗୀତାଞ୍ଜଳୀ ସାହୁ, ଯୁବନେତା ସୁଶିତ କୁମାର ସାହୁ, ସମିତି ସଭ୍ୟ ପ୍ରାସାଦ କୁମାର ସାହୁ ଜକର ସରପଞ୍ଚ ଦୀପିକା କୁମାରୀ ବାରିକ, ସମିତି ସଭ୍ୟ ଶିବଶଙ୍କର ନାହକ ପ୍ରମୁଖଙ୍କ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ଦଳୀୟ କର୍ମୀ ଓ ସମର୍ଥକ ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ