ଓଡିଶା ମିଲେଟ ଖାଦ୍ୟ : ପଲ୍ଲୀ ଗ୍ରାମରୁ ପ୍ୟାରିସ ସହର

ପୋଲସରା, (ଅନିଲ କୁମାର ମହାରଣା):ଓଡ଼ିଶାର ମିଲେଟ ଖାଦ୍ୟ, ପଲ୍ଲୀ ଗ୍ରାମରୁ ଯାଇ ଫ୍ରାନସ ଦେଶର ରାଜଧାନୀ ପ୍ୟାରିସ ସହରରେ ବିଦେଶୀ ମାନଙ୍କ ମାନମୋହିବ। ଓଡିଶା ସରକାରଙ୍କ ଓଡିଶା ମିଲେଟ ମିଶନର ସହଯୋଗ ଓ ପ୍ରାୟୋଜିତ ରେ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମରେ ସୁନାମ ଅର୍ଜନ କରିଥିବା ରାଇମାଳି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି ସୁଯୋଗ ମିଳିଛି। ଓଡିଶା ସରକାର ପୃଷ୍ଟିସାର ଯୁକ୍ତ ମିଲେଟ ଖାଦ୍ୟ ଶସ୍ୟ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଚାଷଙ୍କ ଆଗ୍ରହ ସୃଷ୍ଟି କରିଥିବା ଯୋଗୁଁ ବିଶ୍ୱ ଖାଦ୍ୟ ସଙ୍ଗଠନ ଓଡିଶା ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ଓଡିଶା ସରକାର ମିଲେଟ ଖାଦ୍ୟ ଶସ୍ୟ ମାଣ୍ଡିଆ ଚାଷର ପ୍ରସାର ପାଇଁ ମିଲେଟ ମିଶନ ଜରିଆରେ ପୋଲସରା ବ୍ଲକର ଦାୟିତ୍ୱ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ” ଇଣ୍ଡିଆ ” କୁ ପ୍ରଦାନ କରାଯାଇଛି। “ଇଣ୍ଡିଆ”ର ଡ଼ାଇରେକ୍ଟର ଡ଼ଃ କୁମୁଦ ଚନ୍ଦ୍ର ବେହେରାଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ପୋଲସରା ବ୍ଲକର ୧୯ ଟି ପଞ୍ଚାୟତର ୭୨ ଟି ଗ୍ରାମର ୧୬୦୧ ଜଣ ଚାଷୀ ୭୧୯ ହେକ୍ଟର ଜମିରେ ଜୈବିକ ସାର ପ୍ରୟୋଗ କରି ମାଣ୍ଡିଆ ଚାଷ କରିଛନ୍ତି। ଇଣ୍ଡିଆ ପକ୍ଷରୁ ରାଇମାଳି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ ଯନ୍ତ୍ରପାତି ଯୋଗାଇ ମାଣ୍ଡିଆରୁ ଚୁନା, ଲଡୁ, ସେଉ ଓ ଗାଂଠିଆ ପ୍ରଭୃତି ତିଆରି କରିବା ପାଇଁ ତାଲିମ ଦେଇଥିଲେ। ସେହି ତାଲିମ ପାଇ ମାଣ୍ଡିଆର ସେହି ସମସ୍ତ ଖାଦ୍ୟ ସାମଗ୍ରୀକୁ ପ୍ୟାରିସ ସହରରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଖାଦ୍ୟ ପଦାର୍ଥ ପ୍ରଦର୍ଶନି ରେ ବିକ୍ରୀ କରାଯିବ। ସେଥିପାଇଁ ଇଣ୍ଡିଆ ସଙ୍ଗଠନ ଦ୍ୱାରା ଅନୁମୋଦିତ ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଚନ୍ଦ୍ରମା ସାହୁ ଅକ୍ଟୋବର ୧୪ ତାରିଖ ଦିନ ଉଡାଯାହାଜ ଦ୍ୱରା ପ୍ୟାରିସ ସହରକୁ ଯାଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ଏହି ଗୋଟିଏ ମାତ୍ର ସ୍ୱୟଂ ସହାୟକ ଗୋଷ୍ଠୀକୁ ମାଣ୍ଡିଆ ଖାଦ୍ୟ ସାମଗ୍ରୀ ବିକ୍ରିପାଇଁ ସୁଯୋଗ ମିଳିଥିବା ଯୋଗୁଁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ