ପୋଲସରା ରେ କରୋନା ସ୍ଥିତି ଅନୁଧ୍ୟାନ କଲେ ଗଞ୍ଜାମ ଜିଲ୍ଲା ଏ.ଡି.ଏମ

ପୋଲସରା,(ଅନିଲ କୁମାର ମହାରଣା):କରୋନା ମୁକାବିଲା ର ସାମ୍ପ୍ରତିକ ସ୍ଥିତି ଉପରେ ଅନୁଧ୍ୟାନ କରିବା ପାଇଁ ସୋମବାର ଦିନ ଗଞ୍ଜାମ ଜିଲ୍ଲା ଏ.ଡି.ଏମ କବିନ୍ଦ୍ର କୁମାର ସାହୁ ପୋଲସରା ବ୍ଲକ ହାତୀଓଟ ପଞ୍ଚାୟତକୁ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟ କାରିତା ଉପରେ ସମୀକ୍ଷା କରିଥିଲେ । ଉକ୍ତ ପରିଦର୍ଶନରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର , ସିଡିପିଓ କୁନ୍ତଳା କୁମାରୀ ନାୟକ , ଜିପିଓ ଗୋପବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ଅଙ୍ଗନବାଡ଼ି କର୍ମୀ , ସ୍ବୟଂ ସହାୟକ ଗୃପ ସଦସ୍ୟା ଏବଂ ଆଶାକର୍ମୀ ମାନେ ଉପସ୍ଥିତ ଥିଲେ। ହାତୀଓଟ ପଞ୍ଚାୟତର ହାଇସ୍କୁଲ ଠାରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଙ୍ଗରୋଧ ଗୃହକୁ ପରିଦର୍ଶନ କରିବା ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସଚେତନତା ବାର୍ତ୍ତା ଦେବା ସହ କରୋନା ମୁକାବିଲା ପାଇଁ ସଜାଗ ରହିବା ଲାଗି ପରାମର୍ଶ ଦେଇଥିଲେ । ଏହି ଅବସରରେ କରୋନା ମୁକାବିଲା ପାଇଁ ହାତୀଓଟ ପଞ୍ଚାୟତର ୯ ଜଣ ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକା ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ବୃନ୍ଦଙ୍କୁ ମଧ୍ୟ କରୋନା ମୁକାବିଲା ପାଇଁ ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ