ପୋଲାରାଜପୁର ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ପାତ୍ରପୁର ବ୍ଳକ ତଣ୍ଡିପୁର ପଞ୍ଚାୟତ ଅନ୍ତର୍ଗତ ପୋଲାରାଜପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସ୍ୱରୂପ ରଞ୍ଜନ ମହାନ୍ତି ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ରୀତା ପାତ୍ର, ଗଞ୍ଜାମ ଜିଲ୍ଲା ମହିଳା ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ଡି. ନାଗରତ୍ନମ, ଶ୍ରୀଯୁକ୍ତ ଦେବବ୍ରତ ମାହୁନ୍ତ, ଜିଲ୍ଲା ସଂଯୋଜୋକ ଆକ୍ସନ୍ଏଡ୍, ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ମିଶ୍ର, ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା, ବରିଷ୍ଠ ଆଇନଜୀବୀ, ମାନ୍ୟବର ଓଡ଼ିଶା ଉଚ୍ଚନ୍ୟାୟାଳୟ, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାଶ ସିଆର୍ ସି ସି ଯୋଗ ଦେଇଥିଲେ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବର ଶୁଭ ଉଦଘାଟନ ହୋଇଥିଲା।ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ପତ୍ରିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ଅବସର ଗ୍ରହଣ କରିଥିବା ପାଚିକା ସହାୟିକା ଶ୍ରୀମତି ପଦ୍ମା ପ୍ରଧାନ ଏବଂ ବାଦପୁର କ୍ଲଷ୍ଟର ସିଆର୍ ସି ସି ତଥା ଉକ୍ତ ବିଦ୍ୟାଳୟର ଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ସେଠୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରି ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅନୁଦାନ ରାଶିରୁ ବିଦ୍ୟାଳୟ ରେ ସ୍ଥାପନ କରାଯାଇଥିବା ଏକ ଶହ ଲିଟର ବିଶିଷ୍ଟ ଏକ୍ୱାଗାର୍ଡ ଓ ଜେରକ୍ସ ମେସିନ୍ ଅତିଥି ମାନଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା। ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀ ରାଜେଶ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ମାଆ ମାନଙ୍କୁ ସୃଷ୍ଟିକର୍ତା ବ୍ରହ୍ମାଙ୍କ ସହିତ ତୁଳନା କରିଥିଲେ, ଅନ୍ୟ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ମୋବାଇଲ୍ ର ବ୍ୟବହାର ସକାରାତ୍ମକ ଦିଗରେ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ।ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସର୍ବଧର୍ମ ସମନ୍ଵୟ ନାଟକ ପରିବେଷଣ କରିଥିଲେ। ବାର୍ଷିକ କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷକ କୃଷ୍ଣ ଚନ୍ଦ୍ର ସେଠୀ ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ଲକ୍ଷ୍ମୀ ନାରାୟଣ ବେହେରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ଘନଶ୍ୟାମ ସେଠୀ ଅତିଥି ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ଶିକ୍ଷକ ଅରୁଣ କୁମାର ପ୍ରଧାନ ଓ ରାଜେଶ୍ୱରି ପ୍ରଧାନ, ନନ୍ଦିନୀ ସାହୁ, ମନିଷା ନାହାକ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ। ନିମନ୍ତ୍ରଣ ରକ୍ଷାକରି ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ସଭାପତି କେ. ଧର୍ମା ରାଓ, ସମ୍ପାଦକ ଚିତ୍ତରଞ୍ଜନ ସାମଲ,ଉପଦେଷ୍ଟା ପ୍ରଫୁଲ୍ଲ କୁମାର ପାଢ଼ୀ, ଶିଶିର କୁମାର ମହାପାତ୍ର, ସୁରଙ୍ଗି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୌରହରି ଟହଲ, ତଣ୍ଡିପୁର କ୍ଲଷ୍ଟର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେବା ସହିତ ବିଦ୍ୟାଳୟ ପରିଚାଳନା କମିଟିର ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ୱାର୍ଡ ସଭ୍ୟ ସନାତନ ସାହୁ, ସହ ବହୁ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ