ପୋଲିଓ ଟିକାଦାନ କାର୍ଯ୍ୟକ୍ରମ

ପୁରୀ(ଯୁଗାଦ୍ଦ ନ୍ୟୁଜ୍ ): ଜିଲ୍ଲାର ୭୪୭ଟି ବୁଥ୍ରେ ୧ଲକ୍ଷ ୬୪ ହଜାର ୫୯୧ ଜଣ ଶିଶୁଙ୍କୁ ପଲ୍ସ ପୋଲିଓ ପ୍ରତିଷେଧକ ଦିଆଯିବା ପାଇଁ ଲକ୍ଷ୍ୟ ରହିଛି । ରବିବାର ପୋଲିଓ ବୁଥ୍ମାନଙ୍କରେ ୫ବର୍ଷରୁ କର୍ମ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ । ଯେଉଁ ଶିଶୁ ବୁଥ୍ରେ ପ୍ରତିଷେଧକ ନେଇ ନଥିବେ ସେମାନଙ୍କୁ ୧୧ ଓ ୧୨ ତାରିଖରେ ଘରକୁ ଘର ବୁଲି ପୋଲିଓ ପ୍ରତିଷେଧକ ଦିଆଯିବାର କାର୍ଯ୍ୟକ୍ରମ କରାଯାଇଛି । ସେହିପରି ବସ୍ଷ୍ଟାଣ୍ଡ,ରେଳଷ୍ଟେସନ୍ ଓ ବସ୍ତି ଅଞ୍ଚଳରେ ଶିଶୁଙ୍କୁ ପୋଲିଓ ଟୀକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ପୁରୀ ଜିଲ୍ଲାରେ ୨୮ଟି ଟ୍ରାନ୍ଜିଟ୍ ପଏଣ୍ଟରେ ୪୬ଟି ଦଳ ରହିବେ । ପଲସ ପୋଲିଓ ପ୍ରତିଷେଧକ କାର୍ଯ୍ୟକ୍ରମରେ ୩୨୬୨ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ମାଇକ୍ ଓ ବ୍ୟାନର ମାଧ୍ୟମରେ ପ୍ରଚାର ଓ ପ୍ରସାର କରାଯାଇଥିଲା । ରବିବାର ସକାଳ ଆଠଟା ୩୦ରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ