ଚାରି କୋଟି ପଚାଶ ଲକ୍ଷ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ

ପୁରୀ(ଯୁଗାଦ୍ଦ ନୁଜ୍ୟ): ବିଧାୟକ ପ୍ରଦୀପ ମହାରଥି ଶନିବାର ପିପିଲି ଅଞ୍ଚଳରେ ସାଢେ ଚାରି କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏଥିରେ ପିପିଲି ଏନ୍ଏସିରେ ୬ଟି ୱାର୍ଡ଼ରେ ୯ଟି ପ୍ରକଳ୍ପ ଥିବା ବେଳେ ଓରକଳ ପଞ୍ଚାୟତର ଗୋଟିଏ ପ୍ରକଳ୍ପ ଅନ୍ତର୍ଭୁକ୍ତ । ୬ନଂ ୱାର୍ଡର କେନାଲ ବନ୍ଧଠାରୁ ମହାପାତ୍ର ବାବୁଘର ପର୍ଯ୍ୟନ୍ତ ଡ୍ରେନ୍ ଓ ସିସି ରାସ୍ତାର ଶିଳାନ୍ୟାସ କରିଛନ୍ତି । ଏଥିପାଇଁ ୯ ଲକ୍ଷ ୮୦ ହଜାର ଟଙ୍କା ଅର୍ଥ ମଞ୍ଜୁର କରାଯାଇଛି । କେନାଲବନ୍ଦ ଠାରୁ ଜବାହର ବିଦ୍ୟାପୀଠ ସିସି ରାସ୍ତା ସହିତ ପାଚେରୀ ନିର୍ମାଣ, ୬. ୩୦ ଲକ୍ଷ, ନରସିଂହପୁର ଗ୍ରାମରେ ୭ ଲକ୍ଷ ଟଙ୍କା ବ୍ୟୟରେ ଅଙ୍ଗନୱାଡି ଗୃହ, ବଗିଚା ଛକଠାରୁ ଅବୁତାହିରି ଘର ପର୍ଯ୍ୟନ୍ତ ସିସି ରାସ୍ତା ୯ ଲକ୍ଷ ୫ ହଜାର ଟଙ୍କା । ୭ ନଂ ୱାର୍ଡରେ ଧନେଶ୍ୱର ଠାକୁରାଣୀଙ୍କ କମ୍ୟୁନିଟି ହଲ ୨ ଲକ୍ଷ, ୯ ନଂ ୱାର୍ଡରେ ଜୟଗୁରୁ ଆଶ୍ରମ ପରିସରରେ କମ୍ୟୁନିଟି ଶୌଚାଳୟ ପାଇଁ ୪୭୪ ଲକ୍ଷ, ଗୋପାଳଜିଉ କମ୍ୟୁନିଟି ହଲ ୫ ଲକ୍ଷ, ୧୧ନଂ ୱାର୍ଡରେ ପଡେଇଶୁଣି ମନ୍ଦିର ପର୍ଯ୍ୟନ୍ତ ସିସି ରାସ୍ତା ୨ ଲକ୍ଷ, ୪ନଂୱାର୍ଡରେ ଭବାନୀପୁର କମ୍ୟୁନିଟ ହଲ ୧୭ ଲକ୍ଷ, ୯ନଂ ୱାର୍ଡରେ ଏନଏସି ଅଫିସଠାରୁ ଜଟଣୀ ପିପିଲି ରାସ୍ତା ପର୍ଯ୍ୟନ୍ତ ଡ୍ରେନ୍ ଓ ରାସ୍ତା ପାଇଁ ୧୬. ୩୧ଲକ୍ଷଟଙ୍କା ରହିଥିବା ବେଳେ ୨ନଂ ୱାର୍ଡରେ ଦଜିସାହି ଠାରୁ ଦୁଲାଦେଇ ଠାକୁରାଣି ମନ୍ଦିରର ତୋରଣ ଓ ପାଚେରୀ ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ବ୍ୟୟ କରାଯିବା ପାଇଁ ସ୍ଥିର କରାଯାଇଛି ବୋଲି ଏନଏସି ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନାଙ୍କ ଠାରୁ ପ୍ରକାଶ । ସେହିପରି ଓରକଳ ପଞ୍ଚାୟତର ଧାନପୁର ଗ୍ରାମମୁଣ୍ଡରେ ଗ୍ରାମ୍ୟ ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ବିଧାୟକ ଶ୍ରୀ ମହାରଥୀ ଭୂମିପୂଜା କରିଛନ୍ତି । ଶ୍ରୀ ମହାରଥି ମନ୍ତ୍ରୀ ଥିବା ସମୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ପ୍ରଚେଷ୍ଟା ଚଳାଇ ଆସିଥିଲେ ଏବଂ ତାଙ୍କରି ଉଦ୍ୟମରେ ଏହା ଆଜି ସଫଳ ହୋଇପାରିଛି ବୋଲି ଏସଡିଓ ବସନ୍ତ ନାୟକ କହିଛନ୍ତି । ଏହି ପ୍ରକଳ୍ପ ପାଇଁ ୮୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଏସଡିଓ ବସନ୍ତ ନାୟକ କହିଥିଲେ । ବିଭାଗୀୟ କନିଷ୍ଠଯନ୍ତ୍ରୀ ନିବେଦିତା ପ୍ରାଣିଗ୍ରାହୀଙ୍କ ସମେତ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ, ନୋଡାଲ ଏନଜିଓ ଦିନ-ଇ-ଇଲାହି ଟ୍ରଷ୍ଟ ଅଧ୍ୟକ୍ଷ ସଖାୱତ ଖାଁ, ଯୁବନେତା ପ୍ରଫୁଲ ସାହୁ, ଛାତ୍ରନେତା ଫଜଲ ଖାଁ, ବିଜୁଯୁବ ବାହିନୀ, ମହିଳା ଗୋଷ୍ଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ