ପୋଲିସକୁ ଚ୍ୟାଲେଞ୍ଜ ଦେଇ ଜୟୀପୁରାରୁ ଚୋରୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ସାରା କେନ୍ଦ୍ରାପଡା ସହର ପୋଲିସ ଛାଉଣୀରେ ଭର୍ତ୍ତି ହୋଇଥିବା ବେଳେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଜୟୀପୁରାରୁ ୧୨ଲକ୍ଷରୁ ଅଧିକ ପରିମାଣର ସାମଗ୍ରୀ ଓ ନଗଦ ଅର୍ଥ ଚୋରୀ ହୋଇଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ଟାଉନ ଥାନା ଅନ୍ତର୍ଗତ ଜୟୀପୁରା ଗ୍ରାମର ସେକ ସାହାଜୁଦ୍ଦିନ ଦୁଇ ଦିନ ହେବ ସପରିବାର କଟକ ଯାଇଥିବା ବେଳେ ତାଙ୍କ ଘର ବାହାରୁ ଲକ ଥିଲା । ଏହାର ସୁଯୋଗ ନେଇ କୈାଣସି ଦୁର୍ବୁତ ରବିବାର ରାତିରେ ଗେଟ ତାଲା ଭାଙ୍ଗି ତାଙ୍କ ଘର ଭିତରେ ପଶି ଗଦରେଜ ଆଲମିରା ଭାଙ୍ଗିବା ସହ ସେହି ଆଲମିରା ଭିତରେ ଥିବା ନଗଦ ୨୦ହଜାର ଟଙ୍କା ଓ ୩ଟି ସୁନାହାର ଏବଂ ଅନ୍ୟାନ୍ୟ ଅଳଙ୍କାର ସମେତ ପ୍ରାୟ ୧୨ଲକ୍ଷ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ତାଙ୍କ ଘରେ କାମ କରୁଥିବା ଜନୈକ ମହିଳା ଆଜି ସକାଳୁ ସେଠାକୁ ଯାଇଥିବା ବେଳେ ଗେଟ ତାଲା ଭଙ୍ଗା ଯାଇଥିବା ଦେଖି ସେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲା । ଏସମ୍ପର୍କରେ ଖବର ପାଇ ସେହି ଗ୍ରାମର ସେକ ସାହାଜୁଦ୍ଦିନଙ୍କ ଜ୍ୱାଇଁ ମୀର୍ଜା ବେଗ ରୋସନ କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ଡଗ ସ୍କ୍ୱାର୍ଡ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କ ଠାରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ