ପୋଲିସରେ ଜିମା ଦେଲେ ଗ୍ରାମବାସୀ

ବେଲଗୁଣ୍ଠା , ( ଯୁଗାବ୍ଦ ନ୍ୟୁଜ) : ଗାଙ୍ଗପୁର ଥାନା ଅନ୍ତର୍ଗତ ପଳାସପଲ୍ଲୀ ଗ୍ରାମରେ ବିଗତ ଦଶ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ଚୋରୀ ହୋଇଥିବା ସୂଚନା ମିଳିଛି । କିଛି ଅସାମାଜିକ ଯୁବକ ଗୋପୀନାଥ ମନ୍ଦିର ନିକଟସ୍ଥ ଠାକୁରାଣୀ ପାହାଡ ପାଖରେ ଥିବା ଚନ୍ଦନ ଗଛକାଟି ଚୋରୀ କରିଥିବାବେଳେ ଗ୍ରାମର ଜୁଇ ବିଷୋୟୀଙ୍କ ନୂଆଁ ଘରୁ ଶାଗୁଆନ କାଠର କବାଟ ମଧ୍ୟ ଚୋରୀ ହୋଇଯାଇଛି ।ସେହିପରି ମହେଶ୍ୱର ଗୌଡଙ୍କ ଗୁହାଳରୁ ଛେଳି ଓ ବୋଦା ଚୋରୀ ହୋଇଥିବାବେଳେ ଗ୍ରାମର କିଛି ଯୁବକ ଚୋରମାନଙ୍କୁ ଧରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଗ୍ରାମବାସୀ ଏହି ସମସ୍ତ ଚୋରୀ ଘଟଣା ସମ୍ପର୍କରେ ଥାନାରେ ଏତଲା ଦେବାପରେ ପୋଲିସ ତଦନ୍ତ ଜାରୀ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ