ପୋଲିସର ସଫଳତା : ସୁନା ଧରି ଚମ୍ପଟ ମାରିଥିବା ଅଭିଯୁକ୍ତକୁ ପଶ୍ଚିମବଙ୍ଗରୁ ଗିରଫ କଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ପୋଲିସକୁ ମିଳିଛି ସଫଳତା । ୨୧ଲକ୍ଷ ଟଙ୍କାର ସୁନା ଧରି ଚମ୍ପଟ ମାରିଥିବା ଅଭିଯୁକ୍ତକୁ ସୁଦୁର ପଶ୍ଚିମବଙ୍ଗ ରାଜ୍ୟରୁ ଗିରଫ କରିଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ସୂତ୍ରରୁ ପ୍ରକାଶ ଯେ, ସହରର ସୁରିୟା ହଲମାର୍କ ନାମରେ ଥିବା ଏକ ସୁନା ଗହଣା ଦୋକାନରେ କାର୍ଯ୍ୟରତ ପରିଚାଳକ ଜି.ମୁରଲି ଗତ ୦୮.୦୪.୨୦୨୨ ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ଦୋକାନକୁ ଭୁବନେଶ୍ୱରର ବିଭିସି ଲୋଜିଷ୍ଟିକ ପ୍ରାଇଭେଟ ଲିମିଟେଡରୁ ୪୨୪.୫୩୦ ଗ୍ରାମର ସୁନା ବ୍ୟବସାୟ ନିମନ୍ତେ ଆସିବାର ଥିଲା । ହେଲେ ୮ତାରିଖ ପର୍ଯ୍ୟନ୍ତ ପହଞ୍ଚି ନଥିବା ଯୋଗୁଁ ପରିଚାଳକ ଜଣକ ଲିଖିତ ଅଭିଯୋଗ କରିଥିଲେ । ଯାହାକି ଏହି ସୁନାକୁ ଭୁବନେଶ୍ୱରର ବିଭିସି ଲୋଜିଷ୍ଟିକରୁ ୩୧.୦୩.୨୦୨୨ତାରିଖରେ ପଶ୍ଚିମବଙ୍ଗର ଗୋଲାମ ସାରୋର ମିଦିଆ(୪୦) ନାମକ ଜଣେ ବ୍ୟକ୍ତିଙ୍କ ହାତରେ ପାରଳାଖେମୁଣ୍ଡିସ୍ଥ ସୁରିୟା ହଲମାର୍କକୁ ପଠାଇ ଦିଆଯାଇଥିଲା । ତେବେ ବ୍ୟକ୍ତି ଜଣକ ପାରଳାଖେମୁଣ୍ଡି ନ ଆସି ସମସ୍ତ ସୁନାକୁ ଧରି ଚମ୍ପଟ ମାରିଥିଲେ । ଅଭିଯୋଗକୁ ଭିତ୍ତି କରି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଜାରି ରହିଥିଲା । ତଦନ୍ତକାରୀ ଦଳ ପଶ୍ଚିମବଙ୍ଗ ଯାତ୍ରା କରି ଅଭିଯୁକ୍ତ ରହହୁଥିବା ନିଜ ଗ୍ରାମ ହୁଗୁଳି ଜିଲ୍ଲା ଚାନ୍ଦିତାଳ ଥାନା ଅନ୍ତର୍ଗତ ମାମୁଦପୁର ଗ୍ରାମ ଠାରେ ଚଢାଉ କରି ଗୋଲାମ ସାରୋର ମିଦିଆଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଥିବାର ପ୍ରେସ ବିବୃତି ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି । ଏନେଇ ୬୩/୨୨ରେ ଏକମାମଲା ରୁଜୁ କରାଯାଇ ଅଧିକା ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ