ପୋଲିସ୍ ଜୁଲମ ବିରୋଧରେ ପ୍ରତିବାଦ’
ଭୁବନେଶ୍ୱର,(ଯୁଗାବ୍ଦ ନୁ୍ୟଜ୍) : ଜନ ବିରୋଧୀ ନୂଆ ମୋଟର ଯାନ (ସଂଶୋଧନ) ଆଇନ୍ ୨୦୧୯ ପ୍ରତ୍ୟାହାର କରିବା ଏବଂ ଗତ ସେପ୍ଟେମ୍ବର ୭ ତାରିଖରେ ଏହି ଆଇନ୍ ବିରୋଧରେ ପ୍ରତିବାଦ କରୁଥିବା ବିକ୍ଷୋଭକାରୀଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କୁ ଗିରଫର ପ୍ରତିବାଦ କରି ସେମାନଙ୍କୁ ନିଃସର୍ତ୍ତରେ ଖଲାସ କରିବା ଦାବିରେ ଆଜି ରାଜଧାନୀ ମାଷ୍ଟର କ୍ୟାଣ୍ଟିନ ଛକରେ ଏକ ଜନ ପ୍ରତିବାଦ ଆୟୋଜିତ ହୋଇଯାଇଛି । ଦଳ ମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳ, ଗଣ ସଂଗଠନ, ମାନବିକ ଅଧିକାର ସଂଗଠନ, ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଏହି ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ । ପ୍ରତିବାଦକାରୀମାନେ ଅଭିଯୋଗ କରିଥିଲେ ଯେ, କୌଣସି ଆଇନ୍ ପ୍ରଣୟନ ପୂର୍ବରୁ ଜନସାଧାରଣଙ୍କୁ ବିଶ୍ୱାସକୁ ନେବା ଉଚିତ୍ । ମାତ୍ର ନୂଆ ମୋଟରଯାନ ଆଇନ୍ ସାରା ଦେଶରେ ୧୮ଟି ରାଜ୍ୟ ଲାଗୁ କରିନଥିବା ବେଳେ ଏପରିକି ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମଧ୍ୟ ଏହା ଅଦ୍ୟାବଧି ଲାଗୁ ହୋଇନଥିବା ବେଳେ ଏଥିପାଇଁ ଓଡ଼ିଶା ସରକାର ଏତେ ବ୍ୟଗ୍ର କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ହଜାର ହଜାର ଟଙ୍କାର ଏପରିକି ୧୦ଗୁଣା ଜୋରିମାନା ଆଦାୟ କରିବା ଭଳି ଏକ ସାମନ୍ତବାଦୀ ଚିନ୍ତାଧାରାକୁ ଓଡ଼ିଶା ସରକାର ଜନସାଧାରଣଙ୍କ ଉପରେ ଲଦି ଦେଉଛନ୍ତି ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଥିଲେ । ଏହି ଜନବିରୋଧୀ ଆଇନ୍କୁ ଜୋର ଜବରଦସ୍ତ ଲାଗୁ କରିବା ଦ୍ୱାରା ସହର ଉପକଣ୍ଠରେ ହେଉଥିବା ଅଟୋ•ଳକ, ସମ୍ବାଦ ପତ୍ର ହକ୍କର, ଉଠାଦୋକାନୀ, ସିକୁ୍ୟରିଟି ଗାଡର଼୍ ଓ ଗାଁରୁ ପରିବା ଆଣି ସହରରେ ବିକୁଥିବା କ୍ଷୁଦ୍ର ବ୍ୟବସାୟୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ସେମାନେ ପ୍ରଶ୍ନ କରିଥିଲେ ଯେ, ଟ୍ରାଫିକ୍ ଆଇନ୍ ବା ମୋଟର ଯାନ ଆଇନ୍ ଭାଙ୍ଗିିଲେ •ଳକ ଦଣ୍ଡ ପାଇବ, କିନ୍ତୁ ରାସ୍ତା ଓ ଟ୍ରାଫିକ୍ ବ୍ୟବସ୍ଥା ମରଣଯନ୍ତା ସାଜିଲେ ସେଥିପାଇଁ କିଏ ଦଣ୍ଡ ପାଇବ? ଯେତେବେଳେ ଆରଟିଓ ଅଫିସ୍ଗୁଡ଼ିକ ଦୁର୍ନୀତିର ଗନ୍ତାଘର ଓ ଦଲାଲମାନଙ୍କ ଆଡ୍ଡାରେ ପରିଣତ ହୋଇଛି, ସେତେବେଳେ ସରକାର ସେ ଦିଗରେ କିଛି ପଦକ୍ଷେପ ନେଉଛନ୍ତି କି? କେବଳ ସଡ଼କ ଦୁର୍ଘଟଣା ପାଇଁ •ଳକ ଯେତିକି ଦାୟୀ ନୁହେଁ, ଖରାପ ରାସ୍ତା ଓ ଭୁଲ୍ ଟ୍ରାଫିକ୍ ପରି•ଳନା ତାଠାରୁ ଅଧିକ ଦାୟୀ । ୭ ସେପ୍ଟେମ୍ବରରେ ନବୀନ ସରକାରଙ୍କ ୧୯ବର୍ଷ ଶାସନରେ ଗୁଣ୍ଡାରାଜ ଆଉ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ବୋଲି ବିକ୍ଷୋଭକାରୀମାନେ ମତବ୍ୟକ୍ତ କରିଛନ୍ତି । ପ୍ରତିବାଦକାରୀମାନେ କହିଥିଲେ ଯେ, ନୂଆ ମୋଟର ଯାନ ଆଇନ୍ ଯେତେ ଅଗଣତାନ୍ତ୍ରିକ ଭାବେ ଲଦି ଦେବା ପାଇଁ ଚେଷ୍ଟା କରୁଛନ୍ତି, ଯାହା ନିୟମ ଭାଙ୍ଗିବା ପାଇଁ ଏକ ସୁଚିନ୍ତିତ ସରକାରୀ ଷଡ଼ଯନ୍ତ୍ର ବୋଲି ଅସ୍ୱୀକାର କରାଯାଇ ପାରିବ ନାହିଁ । କାରଣ ସରକାର ନିୟମ ଲାଗୁ ଅପେକ୍ଷା ଜୋରିମାନା ଆଦାୟ କରିବାରେ ଅତ୍ୟଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଗୋଟିଏ ଦିଗରେ ନୂଆ ମୋଟର ଯାନ ଆଇନ୍କୁ ଲାଗୁ କରିବାରେ ଓଡ଼ିଶା ସରକାର ଓ ପୋଲିସ୍ଙ୍କ ମାତ୍ରାଧିକ ଆଗ୍ରହ ଏବଂ ତାହାର ପ୍ରତିକି୍ରୟାରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବାରୁ ରାଜମହଲ ଘଟଣା ଭଳି ଘଟଣା ଘଟିଛି ଓ ସରକାର ଏଥିପ୍ରତି ସାବଧାନ ଓ ସଚେତନ ନହେଲେ ଭବିଷ୍ୟତରେ ଏପରି ଆହୁରି ଅଧିକ ଘଟଣା ଘଟିବାର ସମ୍ଭାବନା ରହିଛି ବୋଲି ବିକ୍ଷୋଭକାରୀମାନେ ଦର୍ଶାଇଥିଲେ । ପୋଲିସ୍ ସରକାରୀ ଗାଡ଼ିଗୁଡ଼ିକୁ ଖୋଲମଖୁଲା ଛାଡୁଥିବା ବେଳେ ନିଜର ଜୀବନ ଜୀବିକା ପାଇଁ କନ୍ଧମାଳରୁ ରାଜଧାନୀ ଆସିଥିବା ଆଦିବାସୀ ଯୁବକ ହାଡ଼ିବନ୍ଧୁ କହଁରଙ୍କ ଉପରେ ୪୭ ହଜାର ୫ ଶହ ଟଙ୍କାର ଜୋରିମାନା କାହା ସ୍ୱାର୍ଥରେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । “ଜନତାଙ୍କ ପ୍ରତିବାଦ’ରେ ଅଖିଳ ଭାରତ ଜନମଞ୍ଚ, ବସ୍ତି ସୁରକ୍ଷା ମଞ୍ଚ, ଇନ୍ସାଫ୍, ଓଡ଼ିଶା ବସ୍ତି ସଂଘର୍ଷ ସମିତି, ଓଡ଼ିଶା କୃଷକ ସଭା, ଅଖିଳ ଭାରତ ଗଣତାନ୍ତ୍ରିକ ଯୁବମଞ୍ଚ, ମିଥ୍ୟା ମକଦ୍ଧମା ବିରୋଧୀ ଅଭିଯାନ, ଛାଇ, ସାମାଜିକ ନ୍ୟାୟ ଆନେ୍ଦାଳନ, ଆରପିଆଇ, ସିପିଏମ୍, ସିପିଆଇ, ସମାଜବାଦୀ ପାର୍ଟି, ଲୋକଶକ୍ତି ଅଭିଯାନ, ସିଟିଜେନ୍ସ ଫୋରମ୍, ମାନବବାଦୀ ହେତୁବାଦୀ ସଂଗଠନ, ଅଖିଳ ଭାରତ ବିପ୍ଲବୀ ମହିଳା ସଂଗଠନ, ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ସମେତ ବହୁ ସଚେତନ ଛାତ୍ର, ଯୁବକ, ବୁଦ୍ଧିଜୀବୀ ଓ ନାଗରିକ ଏଥିରେ ସାମିଲ୍ ହୋଇଥିଲେ ।