ପୋଲିସ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ସ୍ୱାଗତ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନାର ୨ଜଣ ପୋଲିସ ଅଧିକାରୀଙ୍କୁ ବିଦୟ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ୨ଜଣ ନୂତନ ଭାବେ ଯୋଗ ଦେଇଥିବା ପୋଲିସ ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବାର ଜଣାପଡିଛି । ବିଦାୟ ଦ୍ୱୟ ପୋଲିସ ଅଧିକାରୀ ହେଲେ ଲୋକନାଥ ବେହେରା ଏବଂ ଅଭିମନ୍ୟୁ ପଲାଇ । ବିଦାୟୀ ଦୁଇଜଣଙ୍କ ସ୍ଥାନରେ ନୂତନ ଭାବେ ଯୋଗଦେଇ ଥିବା ଦ୍ୱୟ ପୋଲିସ ଅଧିକାରୀ ହେଲେ ଏସ୍.ଆଇ. ବଳରାମ ବେହେରା ଏବଂ ଏ.ଏସ୍ ଆଇ ସୁନନ୍ଦ ପାତ୍ର । ବିଦାୟ ନେଇଥିବା ଏସ୍ଆଇ ଲୋକନାଥ ବେହେରା ଗୁରାଣ୍ଡି ଥାନାରୁ ରାମଗିରି ଥାନା ଅଧିକାରୀ ଭାବେ ବଦଳି ହୋଇଥିବା ବେଳେ ଏଏସ୍ଆଇ ଅଭିମନ୍ୟୁ ପଲାଇଙ୍କୁ ପାରଳାଖେମୁଣ୍ଡି ଆଦର୍ଶ ଥାନାକୁ ବଦଳି ହୋଇଥିବାର ଜଣାପଡିଛି ।