ପୋଲିସ ଅଧିକାରୀଙ୍କ ଘରୁ ଚୋରି ଅଭିଯୋଗ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍‌): ଜନୈକ ପୋଲିସ ଅଧିକାରୀଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ପୌରାଞ୍ଚଳ ଅନ୍ତର୍ଗତ ଖଡିଅଙ୍ଗ ଗ୍ରାମରେ ରହୁଥିବା ଡି.ଏସ.ଆଇ. ଗଗନ ବିହାରୀ ରାଉତଙ୍କ ଘରେ ଗତ ରବିବାର ବିଳମ୍ବିତ ରାତିରେ ଚୋର ପଶି କବାଟ ତାଡି ବିଭିନ୍ନ ସାମଗ୍ରୀ ସମେତ ସୁନା ଅଳଙ୍କାର ପ୍ରଭୃତିି ଚୋରି କରି ନେଇଥିବାର ଶ୍ରୀ ରାଉତ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ସେହି ଅଭିଯୋଗକୁ ଭିତ୍ତି କରି ଟାଉନ ଥାନା ପୋଲିସ ଏକ ଚୋରୀ ମାମଲା ରୁଜୁ କରିବା ସହିତ ସନ୍ଧାନୀ କୁକୁର ସାହାଯ୍ୟରେ ଘଟଣା ସ୍ଥଳରେ ପହଁଚି ଛାନଭିନ କରିଥିବା ଜଣାପଡିଛି । କୁକୁରଟି ପଡୋଶୀ ଘରକୁ ପ୍ର୍ରବେଶ କରି କିଛି ସମୟ ତାଙ୍କ ଘରେ ଅଟକି ରହିଯାଇଥିଲା । ଫଳରେ ପଡୋଶୀ ଘର କାମରେ ନିୟୋଜିତ ଥିବା କେତେକ ଶ୍ରମିକ ଶ୍ରେଣୀର ଲୋକଙ୍କୁ ପୋଲିସ ସନ୍ଦେହରେ ଉଠାଇ ନେଇ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ