ପୋଲିସ ଏନକାଉଣ୍ଟରରେ ୨ ନକ୍ସଲ ଟଳିପଡିଲେ
ଛତିଶଗଡ ପୋଲିସକୁ ମିଳିଛି ସଫଳତା । ଗୁରୁବାର ରାତିରେ ଛତିଶଗଡ ପୋଲିସ ଏନକାଉଣ୍ଟରରେ ୨ ନକ୍ସଲ ନିହତ ହୋଇଛନ୍ତି । ସୂଚନା ଅନୁଯାୟୀ ରାଜ୍ୟର କାଙ୍କେର ତାଡକୋଇ ଅଂଚଳରେ ନକ୍ସଲମାନେ ଥିବା ଜିଲ୍ଲା ସଂରକ୍ଷିତ ବିଶ୍ୱସ୍ଥ ଏକ ଗାର୍ଡଙ୍କ ଠାରୁ ଖବର ପାଇଥିଲା ପୋଲିସ । ଏହା ପରେ ପୋଲିସ ରାତିରେ ଅପରେସନ ଆରମ୍ଭ କରିଥିଲା ।ଘଟଣା ସ୍ଥଳରେ ପହଞ୍ଚିଲା ପରେ ନକ୍ସଲ ଓ ପୋଲିସ କର୍ମୀ ମାନଙ୍କ ମଧ୍ୟରେ ଉଭୟ ପଟୁ ଗୁଳିବିନିମୟ ଜାରୀ ରହ÷ିଥିଲା । ପୋଲିସ ଗୁଳିରେ ୨ ନକ୍ସଲ ନିହତ ହୋଇଛନ୍ତି । ଘଟଣା ସ୍ଥଳରୁ ଅସ୍ତ୍ରଶସ୍ତ୍ର ସମେତ ବନ୍ଧୁ୍କ ଓ ଗୁଳି ଜବତ କରିଛି ପୋଲିସ ।