ପୋଲିସ ଏସଡିପିଓ, ଥାନା ଅଧିକାରୀ ଓ ଦୃଷ୍ଟିବାଧିତ ବିଦ୍ୟାଳୟରେ ମାସ୍କ,ସାନିଟାଇଜର ବଂଟନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଟେଲର ଶ୍ରମିକ ସଙ୍ଘ ସଭାପତି ତଥା ମଢିଆଳବଜାରର ଟପଷ୍ଟାଇଲ ଟେଲରର୍ସର ମାଲିକ ସେକ ମୁନିରୁଦ୍ଦିନ(ମୁନା) କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା,ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କୁ ପୋଲିସ ବିଭାଗର କର୍ମଚାରୀଙ୍କ ପାଇଁ ମାସ୍କ ଓ ସାନିଟାଇଜର ବଂଟନ କରିବା ସହ ଅଯୋଦ୍ଧାନଗରସ୍ଥିତ ପୈାରସଂସ୍ଥା ପରିଚାଳିତ ଦୃଷ୍ଟିବାଧିତ ବିଦ୍ୟାଳୟରେ ଥିବା ଶିକ୍ଷକଙ୍କୁ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ୫ଶହ ମାସ୍କ ଓ ସାନିଟାଇଜର ପ୍ରଦାନ କରିଛନ୍ତି । ମଢିଆଳରେ ଟେଲର ଦୋକାନ କରି କରୋନା ମହାମାରୀ ବେଳେ ବହୁ ଅସୁବିଧା ଭିତରେ ଚଳୁଥିବା ମୁନିରୁଦ୍ଦିନନିଜ ଦୋକାନର କାର୍ଯ୍ୟ ଶେଷ କରି ନିଜେ ମାସ୍କ ତିଆରି କରିଥାନ୍ତି । ନିଜର ସାମାଜିକ ଦାୟୀତ୍ୱ ଭାବି ସମାଜର ହିତ ପାଇଁ କରୋନା ମହାମାରୀ ସଂକ୍ରମଣ ସମୟରେ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ ସମ୍ପାଦନ କରୁଛନ୍ତି ସେମାନଙ୍କ ପାଇଁ ଏଭଳି କିଛି କରିବାକୁ ଚିନ୍ତାକରି ମୁନିରୁଦ୍ଦିନ ନିଜେ ତିଆରି କରିଥିବା ମାସ୍କ ସହ ବଜାରରୁ କିଣିଥିବା ସାନିଟାଇଜର ବଂଟନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ