ପୋଲିସ ଓ ଅବକାରୀ ବିଭାଗ ର ମିଳିତ ଉଦ୍ୟମରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଞ୍ଚଳ ରେ ଗତ କିଛି ଦିନ ହେଲା ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ବନ୍ଦ ରହିଥିବା ବେଳେ ପୁଣି ଥରେ ଫିରିଙ୍ଗିଆ ଥାନା ତରଫରୁ ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପର ସାହି ପଞ୍ଚାୟତର କିଛି ଅଞ୍ଚଳରୁ ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଫିରିଙ୍ଗିଆ ପୋଲିସ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାଙ୍ଗା ଉପର ସାହି ପଞ୍ଚାୟତର ମାଲାପାଙ୍ଗା, ସିପଞ୍ଜରି ପାଙ୍ଗା ଆଦି ଅଞ୍ଚଳରୁ ବେଆଇନ୍ ଭାବରେ ଲାଗିଥିବା ଗଞ୍ଜେଇ ଗଛ ପ୍ରାୟ ୯୦ ଏକରକୁ ନଷ୍ଟ କରିଛି। ଅନ୍ୟ ପଟେ ବେଆଇନ୍ ଭାବରେ ଲାଗିଥିବା ଗଞ୍ଜେଇ ଚାଷକୁ ନେଇ ଫିରିଙ୍ଗିଆ ଥାନାରେ ୨୬/୨୩ରେ ଏକ ମାମଲା ରୁଜୁ କରିଥିବା ବେଳେ ଏହି ଚଢ଼ାଉରେ ଫିରିଙ୍ଗିଆ ଥାନା, ଅବକାରୀ ବିଭାଗ, ଶ୍ରମିକଙ୍କ ସହ ଡି ଭି ଏଫ୍ ଯବାନ ସାମିଲ୍ ଥିଲେ। ଫିରିଙ୍ଗିଆ ଥାନାରେ ଗଞ୍ଜେଇ ସମ୍ପର୍କିତ ମାମଲା ରୁଜୁ କରିଥିବା ବେଳେ ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି।


