ପୋଲିସ ଜାଲରେ ଭଣ୍ଡବାବା : ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଭଣ୍ଡବାବା ପୋଲିସ ଜାଲରେ ଫସିଥିବା ସୁଚନା ମିଳିଛି । ଗଜପତି ଜିଲ୍ଲାର ଗୋଷାଷୀ ବ୍ଲକର ବଡଦେଉଳା ଗ୍ରାମରେ ସୌରା ରାଉଳ ନାମକ ଜଣେ ବ୍ୟକ୍ତି ଏକ ମନ୍ଦିର ଓ ଆଶ୍ରମ କରି ରହି ଆସୁଛନ୍ତି । ଏଥି ସହ ସେ ଚେରମୁଳି ଓ ଆୟୁର୍ବେଦ ଚିକିତ୍ସା କରିବା ନାମରେ ବିଭିନ୍ନ ଭାବେ ଲେକଙ୍କୁ ଆକର୍ଷିତ କରୁଥିବା ଅଭିଯୋଗ ପୁର୍ବରୁ ରହିଛି । ଗତ ୩୦.୬.୨୦୧୯ତାରିଖରେ ରାମଗିରି ଅଞ୍ଚଳର କରଞ୍ଜ ସାହି ଗ୍ରାମର ଅନନ୍ତ ଗମାଙ୍ଗଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ଯୋଗୁଁ ଚିକିତ୍ସା ପାଇଁ ବଡଦେଉଳା ଆଶ୍ରମକୁ ସ୍ୱାମୀ ଓ ସ୍ତ୍ରୀ ଆସିଥିଲେ । ରୋଗ ଭଲ ପାଇଁ ଚେରମୁଳି େଓøଷଧ ଦେବା ସହ ଏକ ବର୍ଷ ପର୍ଯନ୍ତ ସ୍ୱାମୀ ଓ ସ୍ତ୍ରୀ ପୃଥକ ଭାବେ ଆଶ୍ରମରେ ରହିବା ପାଇଁ ଭଣ୍ଡବାବା ପରାମର୍ଶ ଦେଇଥିଲେ । ଭଣ୍ଡବାବା ଏମାନଙ୍କ ଅସହାୟତା ଏବଂ ସରଳତାର ସୁଯୋଗରେ ସଂପୃକ୍ତ ମହିଳାଙ୍କୁ ବାରମ୍ବାର ବଳପୁର୍ବକ ଦୁଷ୍କର୍ମ କରିଅସୁଥିଲେ । ଏହି ଘଟଣା କାହା ଠାରେ ପ୍ରକାଶ କଲେ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ । ଏହି ଭୟରେ ମହିଳା ଜଣକ କାହାକୁ ଏହା ଜଣାଇ ପାରୁ ନ ଥିଲେ । ୨୭.୩.୨୦୨୦ରେ ବାବା ଏମାନଙ୍କୁ ଘରକୁ ଚାଲିଯିବାକୁ କହିଥିଲେ । ଘରକୁ ଫେରିବା ପରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ସବୁକିଛି କହିବା ସହ ଗର୍ଭବତୀ ଥିବା ଜଣାଇଥିଲେ । ଗତ ୮.୭.୨୦୨୦ରେ ଏହି ମହିଳା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ସମସ୍ତ ଘଟଣା ନେଇ ମହିଳାଙ୍କ ସ୍ୱାମୀ ଅନନ୍ତ ଗମାଙ୍ଗ ଗତ ୧୧ତାରିଖ ଦିନ ଗୁରାଣ୍ଡି ଥାନାରେ ଲିତ୍କତ ଅଭିଯୋଗ କରିଛନ୍ତି । ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ଏ ନେଇ କହିଛନ୍ତି,ଅଭିଯୋଗକାରୀଙ୍କ ଅଭିଯୋଗ ଅନୁଯାୟୀ ୪୩/୨୦ରେ ମକଦ୍ଦମା ରୁଜୁ କରି ଅଭିଯୁକ୍ତଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ