ପୋଲିସ ଡ଼ିଜିଙ୍କ ଖଲ୍ଲିକୋଟ ଥାନା ପରିଦର୍ଶନ
ଖଲ୍ଲିକୋଟ,(ସିଲୁ ବିଶ୍ଵାଳ):ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପ୍ରଥମେ ଖଲ୍ଲିକୋଟ ଥାନା ପରିଦର୍ଶନ କରିଛନ୍ତି ।ସାଙ୍ଗରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ଥିଲେ ।ଭେଜିପୁଟ ଠାରେ ପୋଲିସ ଡ଼ିଜି ଙ୍କୁ ଖଲ୍ଲିକୋଟ ଥାନାପକ୍ଷରୁ ପାଛୋଟି ନିଆଯାଇଥିଲା ।ଖଲ୍ଲିକୋଟ ଥାନାରେ ପହଞ୍ଚି ସେ ଲକଡାଉନ ସମୟରେ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ କିପରି କାର୍ଯ୍ୟକାରୀ ହେଉଛି ତାର ସମୀକ୍ଷା କରିଥିଲେ ।ଖଲ୍ଲିକୋଟ ଥାନା ବୁଲିଦେଖିବା ସହ ଥାନା ପରିସର ସ୍ୱଚ୍ଛ ରଖିବା ପାଇଁ ପରାମର୍ଶ ଦେଇଥିଲେ ।ଥାନା ସମ୍ମୁଖରେ ଏକ ପାଣି ବାଲଟି ଓ ହ୍ୟାଣ୍ଡବ୍ବାସ ରଖିବା ପାଇଁ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଏହି ସମୟରେ ଏସଆଇ ସିଲୁ ଧଳ,ସୁଶାନ୍ତ କୁମାର ପ୍ରଧାନ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ଏଠାରୁ ପୋଲିସ ଡ଼ିଜି ରମ୍ଭା ଅଭିମୁଖେ ଯାତ୍ରା କରିଥିଲେ ।