ପୋଲିସ ତରଫରୁ ବ୍ୟାପକ ଗଂଜେଇ ଗଛ ପୋଡି
ଗଜପତି,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ରା. ଉଦୟଗିରି ଥାନା ଅଧୀନରେ ଥିବା ଡାବରାଗୁଡା ପଞ୍ଚାୟତ ନିକଟସ୍ଥ କାଳୀଙ୍କ ଓ ପାଇକରା ଗ୍ରାମର ପାହାଡ ଉପରେ ପର୍ବତ କିସମ ଜମିରେ ହେଉଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୋଲିସ୍। ଉକ୍ତ ଜମିର ପ୍ଲଟ ନମ୍ବର ୧୩୭,୧୩୬,୮୯ ଓ ଖାତା ନମ୍ବର ୩୯ ହୋଇଥିବା ବେଳେ ୮୨.୫ ଏକର ଜମିରେ ଗଞ୍ଜେଇ ଗଛ ଚାଷ ହୋଇଥିବା ପୋଲିସ ସୂଚନା ଦେଇଛି। ପୂର୍ବରୁ ସୂଚନା ପାଇ ଗଜପତି ଏସପି ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍, ଅବକାରୀ , ଫରେଷ୍ଟ ଓ ରେଭିନିଉ ବିଭାଗ ମିଳିତ ହୋଇ ଉକ୍ତ ଗଞ୍ଜେଇ ଚାଷ ଜମି ଉପରେ ଚଢ଼ାଉ କରିଥିଲେ। ଏବଂ ଉକ୍ତ ଜମିରେ ଏକ ଲକ୍ଷ ୬୫ ହଜାର ଗଞ୍ଜେଇ ଗଛ କାଟି ନିଆ ଜାଳି ନଷ୍ଟ କରିଥିଲେ। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୬ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଏସଡିପିଓ ଅଶୋକ କୁମାର ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଉଲେଖ ଯୋଗ୍ୟ ଗଞ୍ଜେଇ ଚାଷ ଯୋଗୁ ଦିନକୁ ଦିନ ଯୁବକ ଯୁବତୀମାନେ ଅସାମାଜିକ ରାସ୍ତା ଆପଣାଉଚ୍ଛନ୍ତି ତେବେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ରା. ଉଦୟଗିରି ବ୍ଲକକୁ ଗଞ୍ଜେଇ ମୁକ୍ତ ଅଞ୍ଚଳ କରିପାରନ୍ତେ ତାହାହେଲେ ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀ ଧ୍ଵଂସ ମୁଖରୁ ରକ୍ଷା ପାଇ ପାରନ୍ତେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।