ପୋଲିସ ଦୀର୍ଘ ୨୦ କିଲୋମିଟର ଦୌଡ଼ାଇବା ପରେ ଚୋରା ଚାଲାଣ ବାଲି ବୋଝେଇ ଟ୍ରାକ୍ଟରକୁ ଜବଦ କରିଛି
ଉଦଳା,(ରାଜୀବ ବେହେରା): ପୋଲିସ ଏବଂ ବାଲି ମାଫିଆ ଭିତରେ ଛକା ପଞ୍ଜା l କପ୍ତିପଦା ଉପଖଣ୍ଡ ଉଦଳା, କପ୍ତିପଦା, ଗୋପବନ୍ଧୁ ନଗର, ଖୁଣ୍ଟା ବିଭିନ୍ନ ଅଞ୍ଚଳରେ ସ୍ପଷ୍ଟ ଦିବାଲୋକ ଏବଂ ବିଳମ୍ବିତ ରାତ୍ରି ସମୟରେ ବେଧଡ଼କ ଭାବେ ବାଲି ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି l ବାଲି ମାଫିଆମାନେ ସହ ସହ ଟ୍ରିପ ବାଲି ଉଠାଣ କରି ମାଲେ ମାଲ ହେଉଛନ୍ତି, ଯାହାଦ୍ୱାରା ସରକାରଙ୍କ ର କୋଟି କୋଟି ରାଜସ୍ବ ହାନି ହେଉଛି l ଯଦିଓ ସରକାରୀ ସ୍ତରରେ ଆକ୍ସସନ ମୋଡ଼ରେ ବିଭିନ୍ନ ସମୟରେ ପୋଲିସ ପ୍ରଶାସନ , ଜଙ୍ଗଲ ବିଭାଗ ଏବଂ ତହସିଲଦାର ଗୋଡ଼ାଇ ଗୋଡ଼ାଇ ବେଆଇନ ବାଲି ସହିତ ଟ୍ରାକ୍ଟର ଜବଦ କରୁଛନ୍ତି ଲଲ, ହେଲେ ଚୋରା ଚାଲାଣ ଉପରେ ରୋକ ଲାଗିପାରୁନାହିଁ l ବେଆଇନ ଘାଟରୁ ବାଲି ଉଠାଣ ଘଟଣା ସାମ୍ନାକୁ ଆସୁଛି ହେଲେ ଛକା ପଞ୍ଜାରେ ଚୋରା ବାଲି, ପଥର ମାଫିଆ, ଯେଉଁ ଘଟଣା ଏବେ ସାଧାରଣରେ ଆଲୋଚନା ହେଉଛି, ମାଫିଆ ମାନେ ଚଢା ଦରରେ ବିକୁଥିବା ଘଟଣା ସାମ୍ନାକୁ ଆସିଛି, ହନ୍ତସନ୍ତ ହେଉଛନ୍ତି ଗରିବ ଖଟିଖିଆ l ଘର ଖଣ୍ଡିଏ କରିବାକୁ ଗୋଟେ ବାଲି ଟ୍ରିପ ପିଛା ୩ ହଜାରୁ ୩୫୦୦ ରୁ ଅଧିକ ଦରରେ ବିକ୍ରି କରୁଛନ୍ତି l ଏଭଳି ପରିସ୍ଥିତିରେ ସାମ୍ନାକୁ ଆସିଛି ଏମିତି କିଛି ଘଟଣା, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ l ପୋଲିସ ଏବଂ ଅମାନିଆ ଚୋରା ବାଲି ଟ୍ରାକ୍ଟର ଚାଳକ ଭିତରେ ଗଣ ଦୌଡ ହୋଇ ଥିଲା , ଶେଷରେ ପୋଲିସ ଦୀର୍ଘ ବାଟ ଗୋଡ଼ାଇ ଗୋଡ଼ାଇ ମାଡି ବସିଥିଲା l ଯେଉଁ ଘଟଣା ଏବଂ ବିଭିନ୍ନ ଗଣମାଧ୍ୟମ ରେ ଭାଇରlଲ ହେବାରେ ଲାଗିଛି l ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ଚିଲିମା ଗ୍ରାମ ନିକଟରେ ଏମିତି ଘଟିଛି l ସୂଚନା ଅନୁସାରେ
ସକାଳ ସମୟରେ ଖୁଣ୍ଟା ପୋଲିସ ଭ୍ୟାନ ପେଟ୍ରୋଲିଙ୍ଗ କରୁଥିବା ବେଳେ ଚିଲିମା ଅଞ୍ଚଳର ମୁଖ୍ୟ ରାସ୍ତା ରେ ଏକ ନମ୍ବର ବିହିନ ବେଆଇନ ବାଲି ଟ୍ରାକ୍ଟର ଦେଖିବାକୁ ପାଇ ଗାଡିଟିକୁ ଅଟକ ରଖି ଯାଞ୍ଚ କରିବା ପୂର୍ବରୁ ବାଲି ଟ୍ରାକ୍ଟର ଟି ଘଟଣା ସ୍ଥଳରୁ ଫେରାର ମାରିଥିଲା, ପୋଲିସ ମଧ୍ୟ ଆକ୍ସସନ ମୋଡରେ ଥିଲା ଉକ୍ତ ବାଲି ମାଫିଆ ଟ୍ରାକ୍ଟର କୁ ପିଛା କରି ଥିଲା, ପୋଲିସ କୁ ଦେଖି ଟ୍ରାକ୍ଟର ର ଗତି ଦ୍ରୁତ ହୋଇ ଥିବା ବେଳେ ପ୍ରାୟ ୨୦ କିଲୋ ମିଟର ରୁ ଅଧିକ ରାସ୍ତା ଗୋଡ଼ାଇ ଥିଲା ପୋଲିସ ଶେଷରେ ପୋଲିସ ଗାଡିଟିକୁ ଜବଦ କରି ଥିଲା, ତେବେ ପୋଲିସ କୁ ଦୀର୍ଘ ସମୟ ହଇରାଣ ହେଵାକୁ ପଡିଥିଲା l ଖୁଣ୍ଟା ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ହସ୍ତଗତ ହୋଇଛି l