ପୋଲିସ ଦ୍ୱାରା ମଦ ଚଢାଉ, ବ୍ୟାପକ ପୋଚ ନଷ୍ଟ ଚାରି ଗିରଫ
ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ) : ପୋଲିସ ଦ୍ୱାରା ମହାଶିଙ୍ଗି ପଂଚାୟତ ର ବଗଡିରେ ସକାଲୁ ସକାଲୁ ଚଢାଉକରି ବ୍ୟାପକ ମହୁଲି ମଦ ଜବତ କରିବା ସହ ପୋଚ ନଷ୍ଟ କରିଛନ୍ତି ।ଏହି ଚଢାଉରେ୭୦ ଲିଟର ଦେଶି ମଦ ଜବତ କରିବା ସହ୧୫୦୦ଲିଟରରୁ ଉର୍ଦ୍ଧ ପୋଚ ନଷ୍ଟ କରାଯାଇଛି ଓଗୋଟିଏ ସାଇକେଲ ଓ୨୦ଟି ବେରେଲ ଜବତ ହୋଇଛି । ତଦନ୍ତ ପରେ ଜଣା ପଡିଛି ଯେ ଏହି ବଗଡିରେ ବ୍ୟାପକ ମହୁଲି ରନ୍ଧା ହେଉଛି ଓ ଏଠୁ ହେଉଥିବା ମହୁଲି ଏହି ଆଖପାଖ ଅଂଚଳ ସହ ପଡୋଶି ଜିଲ୍ଲାକୁ ପ୍ରାୟ ଦିନକୁ ଏକ ହଜାରରୁ ଉର୍ଦ୍ଧ ମହୁଲି ମଦ ଚାଲଣ ହେଉଛି । ପୋଲିସ ଆସିବାର ଖବର ପାଇ ମହୁଲି ବେପାରି ମାନେ ଖସିବାରେ ସଫଳ ହୋଇଛନ୍ତି । ସେହିଭଳି ଗତକାଲି ରାତିରେ ବାଲିଗୁଡା ନିକଟସ୍ଥ ଜାଫିମାସ୍କା ଘାଇ ନିକଟରେ ମହୁଲି ମଦ କାରବାର ହେଉଥିବା ଖବର ପାଇ ପୋଲି ଚଢାଉ କରିଥିଲା । ଏଥିରେ ୮୦ଲିଟରର ଉର୍ଦ୍ଧ ମହୁଲି ମଦ ଜବତ କରାଯାଇଛି ଓ ହଜାର ଲିଟରରୁ ଉର୍ଦ୍ଧ ମହୁଲ ପୋଚ ନଷ୍ଟ କରାଯାଇଥିବା ବେଳେ ଚାରି ଜଣଙ୍କୁ ଗିରଫ କରାଯାଇଛି । ଗିରଫବ୍ୟକ୍ତି ମାନେ ହେଲେ ଦୁଖିଶ୍ୟାମ ବେହେରଦଳାଇ,ପୁର୍ଣ୍ଣଚନ୍ଦ୍ର ପାତ୍ର,ଗିତା ବେହେରା,ରତେଇ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି ବୋଲି ବାଲିଗୁଡା ଥାନା ଆଧିକାରୀ ପ୍ରଶାନ୍ତ କୁମାର ବେହେରା ସୁଚନା ଦେଇଛନ୍ତି ।