ପୋଲିସ ସମ୍ମୁଖରେ ସାମ୍ବାଦିକ ଓ ଓକିଲ ମାଡପିଟ୍ ଭିଡିଓ ଭାଇରାଲ

ନୟାଗଡ,( ଯୁଗାବ୍ଦ ନ୍ୟୁଜ୍) : ପୋଲିସ ସମ୍ମୁଖରେ ତଥା ଖଣ୍ଡପଡା କୋର୍ଟ ସମ୍ମୁଖରେ ଜଣେ ଓକିଲ ଓ ସାମ୍ବାଦିକ ମାଡପିଟ୍ ହୋଇଛନ୍ତି । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରିବୁଲୁଛି ।ମିଳିଥିବା ଖବର ଅନୁଯାୟୀ ଗତକାଲି ଖଣ୍ଡପଡା ପୋଲିସ ୨ ଜଣ ମଦ୍ୟପ ଡ୍ରାଇଭରଙ୍କୁ ଗିରଫ କରି ଖଣ୍ଡପଡା କୋର୍ଟ କୁ ଆଣିଥିଲେ । ସେଠାରେ ଜଣେ ଓକିଲ ପୋଲିସ ଭ୍ୟାନର ଡ୍ରାଇଭରଙ୍କୁ ସିଟ୍ ବେଲ୍ଟ ମାଗିବା ସହ ଗାଡି କାଗଜ ପତ୍ର ଦେଖାଇବାକୁ କହିଥିଲେ । ସେହିପରେ ନିକଟରେ ଥିବା ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଭିଡିଓ ଉତୋଳନ କରୁଥିଲେ । ଏହା ପରେ ସାମ୍ବାଦିକ ଓ ଓକିଲ ମଧ୍ୟରେ ଯୁକ୍ତି ତର୍କ ହେବା ସହ ଦୁହିଁଙ୍କ ମଧ୍ୟରେ ମାଡପିଟ୍ ହୋଇଥିଲା । ଉଭୟଙ୍କ ପକ୍ଷରୁ ଥାନାରେ ଦୁଇଟି ମାମଲା ରୁଜୁ ହେବା ସହ ପୋଲିସ ସମସ୍ତ ଦିଗରୁ ତଦନ୍ତ କରୁଥିବା ଖଣ୍ଡପଡା ଥାନାଅଧିକାରୀ ସୂଚନା ଦେଇଥିବା ବେଳେ ଓକିଲ ଓ ସାମ୍ବାଦିକଙ୍କ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ