ପୋଷଣ ଅଭିଯାନର ମଡ୍ୟୁଲ ସମ୍ପର୍କିତ ତାଲିମ ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜିଲା ସମାଜ ମଙ୍ଗଳ ବିଭାଗ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ସହାୟତାରେ “ପୋଷଣ ଅଭିଯାନ”ର ବିଭିନ୍ନ ମୋଡ୍ୟୁଲ ସମ୍ପର୍କିତ ଜିଲାସ୍ତରୀୟ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲାସ୍ତରୀୟ ତାଲିମ ଶିବିରରେ ମୁଖ୍ୟତଃ ପୋଷଣ ଅଭିଯାନର ୪ର୍ଥ, ୫ମ ଓ ୬ଷ୍ଠ ମୋଡ୍ୟୁଲ ଗୁଡିକ ଉପରେ ବିସ୍ତୃତ ଭାବେ ତାଲିମ ପ୍ରାଦନ କରାଯାଇଥିଲା । ଏଥିରେ ଜିଲା ସମ୍ବଳ ଗୋଷ୍ଠୀ ଅର୍ଥାତ ଜିଲାର ସମସ୍ତ ୭ଗୋଟି ବ୍ଲକର ସି.ଡି.ପି.ଓ. ଓ ସୁପରଭାଇଜର ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଦୁଇ ଦିନ ଧରି ତାଲିମ ପ୍ରଦାନ କରିଥିଲେ ଜିଲା ସମାଜ ମଙ୍ଗଳ ଅଧିକାରୀ ମିନତୀ ଦେଇ, ରାୟଗଡ ସିଡିପିଓ ତେରେସ୍କୋଭା ମଲ୍ଲିକ ଏବି ବିଭାଗୀୟ ପୁଷ୍ଟି ସାଧନ ପରିଚାଳକ ଅଜୟ କୁମାର ନାୟକ । ପୂର୍ବରୁ ରାଜ୍ୟସ୍ତରରେ ଏ ସମ୍ପର୍କିତ ପ୍ରଶିକ୍ଷଣ ନେଇ ଆସିବା ପରେ ଜିଲା ସ୍ତରରେ ସିଡିପିଓ ଏବଂ ସୁପରଭାଇଜର ମାନଙ୍କୁ ପୋଷଣ ଅଭିଯାନର ମୋଡ୍ୟୁଲ ଗୁଡିକ ସମ୍ପର୍କରେ ତାଲିମ ପ୍ରଦାନ କରିଛନ୍ତି । ପୋଷଣ ଅଭିଯାନର ବିଭିନ୍ନ ଦିଗ ସମ୍ପର୍କରେ ଦିଆଯାଇଥିବା ୨୧ ଗୋଟି ମୋଡ୍ୟୁଲ ତାଲିମର ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ତାଲିମ ଗୁଡିକ ବ୍ଲକ ସ୍ତରରେ ସମସ୍ତ ସୁପରଭାଇଜର, ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ଓ ପରବର୍ତ୍ତୀ ସମୟରେ ଅଙ୍ଗନବାଡି ଓ ଆଶା କର୍ମୀମାନେ ଏ ସମ୍ପର୍କିତ ତାଲିମ ନେବେ । ଏହି “ପୋଷଣ ଅଭିଯାନ”ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ଶିଶୁ ପୃଷ୍ଟିହୀନତା ଓ ରୁଗଣତାର ସମ୍ପୂର୍ଣ୍ଣ ଭାବେ ଦୂରୀକରଣ କରାଯିବା ସହ ଗର୍ଭବତୀ, କିଶୋରୀ, ବାଳିକା ଓ ପ୍ରସୂତି ମାଆ ମାନଙ୍କର ଅଧିକରୁ ଅଧିକ ସ୍ୱାସ୍ଥ୍ୟଗତ ଯତ୍ନ ନେବା । ଯାହା ଫଳରେ ଏ ଦିଗରେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ