ପୋଷାକ ବଣ୍ଟନ ଓ ଶିଶୁ ଦିବସ ପାଳିତ
ଗାଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) : ଗାଙ୍ଗପୁର ପ୍ରକଳ୍ପ ଊଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଡସାଦରା ପରିସରରେ ଚଳିତ ଶିକ୍ଷା ବର୍ଷର ପୋଷାକ ବିତରଣ ଉତ୍ସବ ଓ ଶିଶୁଦିବସ ପାଳିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଶ୍ରୀ ବିପ୍ଲବୀ ବେହେରା ସଭାପତିତ୍ୱ କରିଥବାବେଳେ ମୂଖ୍ୟ ଅତିଥି ରୁପେ ଗାଙ୍ଗପୁର କ୍ଲଷ୍ଟର ଶ୍ରୀଯୁକ୍ତ କାର୍ତ୍ଥକେୟ ସେଠୀ ଓ ସମ୍ନାନୀତ ଅତିଥି ରୂପେ ଖଇରପୁଟୀ ଗ୍ରାମ ପଂଚାୟତର ସମିତି ସଭ୍ୟ ଶ୍ରୀ ପ୍ରଭାତ ସ୍ୱାଇଂ ଯୋଗଦେଇଥିଲେ । ଉକ୍ତ ଉତ୍ସବରେ ବିଦ୍ୟାଳୟର ପରିଚାଳନା କମିଟିର ସଭନେତ୍ରୀ ରୀନା ବିଷୋୟୀ,ତପନ ସ୍ୱାଇଂ ,କୁମାର ବିଷୋୟୀ ସହ ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ । ଉକ୍ତ ଉତ୍ସବକୁ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଅଶୋକ କୁମାର ବେହେରା, ଗୁପ୍ତଶ୍ୱର ପାତ୍ର, ସାଗରୀକା ସେଠୀ ସହେଯୋଗ କରିଥିଲେ । ଶ୍ରୀ ରାମଚନ୍ଦ୍ର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ ।ବିଦ୍ୟାଳୟର ସମସ୍ତ ୧୧୫ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା ।