ପୋଷ୍ଟ ମାଷ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ

ଯୋଡ଼ା(ଯୁଗାଦ୍ଦ)ସମୀର କୁମାର ଦାସ: କେନ୍ଦୁଝର ଜିଲା ଯୋଡା ସହରର ବନେଇକଳା ଉପଡାକଘରର ପୋଷ୍ଟମାଷ୍ଟର ବିଜୟ କୁମାର ନାଏକଙ୍କ ସନ୍ଦେହଜନକ ମୃତ୍ୟୁ ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସର ସୂଚନାନୁଯାୟୀ ଜଣାପଡିଛି ଯେ, ତୁରୁମୁଙ୍ଗା ଥାନା ଅନ୍ତର୍ଗତ କେଲେଇପୋଶି ଗ୍ରାମର ବିଜୟ କୁମାର ନାଏକ ବନେଇକଳା ଉପଡାକଘରରେ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟରତ ଥିଲେ । ସେ ଯୋଡା ସହରର ଆଜାଦ ବସ୍ତିରେ ଭଡା ଘରେ ରହୁଥିଲେ । ଗୁରୁବାର ସନ୍ଧ୍ୟା ସମୟରେ ବିଜୟ କୁମାର ନାଏକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଟାଟାଷ୍ଟିଲ ଡାକ୍ତରଖାନାକୁ ନିଆଯାଇଥିଲା । ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତରଖାନା ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ନଂ ୦୯/୨୦୨୦ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୋଲିସ ସୂଚନା ଦେଇଛି । ଶବ ବ୍ୟବଛେଦ ପରେ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡିବ ଏବଂ ତଦନୁଯାୟୀ ମାମଲା ରୁଜୁ କରାଯିବ ବୋଲି ଆଇଆଇସି ରାଇସେନ୍ ମୁର୍ମୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ