ପୋଷ୍ୟ ସନ୍ତାନ କେନ୍ଦ୍ରରୁ ଶିଶୁକନ୍ୟାକୁ ଅପଣେଇଲେ କଟକର ଦମ୍ପତ୍ତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଠାରେ ଥିବା ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରୁ କଟକ ଜିଲାର ଦମ୍ପତ୍ତି ଏକ କନ୍ୟା ସନ୍ତାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ପୂର୍ବରୁ ଏହି ଦମ୍ପତ୍ତି ଅନ୍‌ଲାଇନ ଜରିଆରେ ପୋଷ୍ୟ ସନ୍ତାନ ପାଇବା ନିମନ୍ତେ ଦରଖାସ୍ତ କରିଥିବାବେଳେ ତାଙ୍କ ଦରଖାସ୍ତକୁ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ ସଂସ୍ଥା ଅନୁମୋଦନ କରିବାପରେ ଏହି ଦମ୍ପତ୍ତି ଗଜପତି ଜିଲା ପୋଷ୍ୟ ସନ୍ତାନ କେନ୍ଦ୍ରକୁ ଆସି ଏକ କନ୍ୟାସନ୍ତାନକୁ ପସନ୍ଦ କରିଥିଲେ । ପରେ ଜିଲା ପୋଷ୍ୟ ସନ୍ତାନ ଅନୁମୋଦନ କମିଟି ସେହି ଦମ୍ପତ୍ତିଙ୍କୁ କନ୍ୟା ସନ୍ତାନ ପ୍ରଦାନ ପାଇଁ ଅନୁମୋଦନ କରିଥିଲେ । ଶିଶୁଟିକୁ ଆଇନଗତ ସ୍ୱୀକୃତି ପ୍ରଦାନ କରାଯିବାପରେ ଗଜପତିର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଠାରେ ଜିଲାପାଳ ଅନୁପମ ସାହାଙ୍କ ଉପସ୍ଥିତିରେ ଉକ୍ତ କନ୍ୟାଙ୍କୁ ପ୍ରଦାନ କରାଯାଇଥିଲା । ଶିଶୁ କନ୍ୟାକୁ ହସ୍ତାନ୍ତର କରିବା ବେଳେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ