ପୋସ୍କୋ ଆଇନ ସଚେତନତା ଶିବିର

କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲା କୋଦଳା ତାଲୁକା ଲିଗାଲ୍ ସର୍ଭିସେସ୍ କମିଟି ପକ୍ଷରୁ ସ୍ବର୍ଣ୍ଣମୟୀ ହାଇସ୍କୁଲରେ ଆଜି ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା ଶିବିରରେ କୋଦଳା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଚିନ୍ମୟ ଗଛାୟତ, ସବ୍ ଜର୍ଜ କୋର୍ଟ ବିଚାରପତି ବର୍ଣ୍ଣାଳୀ ତ୍ରୀପାଠୀ, ଜେଏମଏଫସି ଜର୍ଜ ବିମଳ ଲଷ୍ମୀ ଚୌଧୁରୀ ଯୋଗ ଦେଇ ପିଲାମାନଙ୍କୁ ବାଳ ଅପରାଧ, ପୋସ୍କୋ ଆଇନ ସଂପର୍କରେ ସଚେତନତାର ପାଠ ପଢାଇଥିବା ଦେଖିବାକୁ ମିଳିଛି। ଏଥିରେ ଛାତ୍ରଛାତ୍ରୀ ମାନଙ୍କ ସହ ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ସାହୁ, ଭଗବାନ ହୋତା, ସୋମନାଥ ବେହେରା, ଗୋପାଳ ଦାଶଙ୍କ ସମେତ ବହୁ ଆଇନଜୀବୀ ମାନେ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ପ୍ରାକ ପ୍ରସୂତି ନିଦାନ କୌଶଳ, ପୀଡିତାଙ୍କ ନିମନ୍ତେ ଆର୍ଥିକ ସହାୟତା ବ୍ୟବସ୍ତା, କର୍ମ କ୍ଷେତ୍ରରେ ମହିଳାମାନଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ପ୍ରଦାନ ବ୍ୟବସ୍ତା, ଶିଶୁ ମାନଙ୍କୁ ଯୌନ ନିର୍ଯାତନରୁ ସୁରକ୍ଷା ପ୍ରଦାନ ସମ୍ପର୍କିତ ଆଇନ ବିଷୟରେ ଆଇନ ସଚେତନତା ଶିବିରରେ ଆଲୋକପାତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ