ପୌରପାଳିକାରେ ଦୁର୍ନୀତି ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ପୌରପାଳିକା ରେ ବିଭିନ୍ନ ଯୋଜନା ରେ ଦୁର୍ନୀତି କରାଯାଇଥିବା ଅଭିଯୋଗ ନେଇ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ପୌରପାଳିକା ରେ ବିଭିନ୍ନ କାର୍ଯ୍ୟ ରେ କୋଟି କୋଟି ଟଙ୍କା ର ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ଆଣିଛନ୍ତି ପ୍ରଦୀପ ।ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ଗ୍ରୀନ ଫିଲଡ଼ ଯୋଜନାରେ କରାଯାଇଥିବା ରାସ୍ତା ଗୁଡିକ ନିନ୍ମମାନର କରିବା ସହ ଜନବସତି ନଥିବା ସ୍ଥାନରେ କରାଯାଇ ୨୦ କୋଟି ଟଙ୍କା ହଡପ କରାଯାଇଛି । ଆରଟିଓ କାର୍ଯ୍ୟାଳୟ ନିକଟରେ ଥିବା ଡ଼ମ୍ପିୟାର୍ଡ଼ ନିର୍ମାଣ ରେ ୨୬ ଲକ୍ଷ ଟଙ୍କା ହଡପ ହୋଇଥିବାବେଳେ ଦୁଇଥର ବିଲ କରାଯାଇ ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଛି । ପୌରପାଳିକା ରେ ଜେସିବି ମେସିନ ଥିବା ବେଳେ ତାକୁ ତିଆରି ନକରି ଭଡାରେ ଜେଆଇବି ଆଣି ତାକୁ ୨୬ ଲକ୍ଷ ଟଙ୍କା ଦିଆଯାଇଥିବା ଦର୍ଶାଇ ହରିଲୁଟ କରାଯାଇଛି।ସେତିକି ଟଙ୍କା ରେ ୪ ଟି ମହବନ୍ଧ ଖୋଳାଯାଇପାରିଥାନ୍ତା ବୋଲି କହିଛନ୍ତି ପ୍ରଦୀପ। ୪ ଟି ଏସଏଚଜି ପ୍ରିୟା, କଲ୍ୟାଣି, ଯଶୋଦା,ଏବଂ ସଂକଳ୍ପ ଗୋଷ୍ଠୀ କୁ କାମ ଦିଆଯାଇଥିଲେ ମଧ୍ୟ ସେମାନେ ପ୍ରାପ୍ୟ ପାଇନଥିବା ଅଭିଯୋଗ ପରେ ୧୩.୨୨ ଲକ୍ଷ ଟଙ୍କା ବିଲ କରି ଦିଆଯାଇଛି ଯାହା ।ସହର ର ସମସ୍ତ ଡ୍ରେନ ମାନଙ୍କ ରେ କେବେ ମଧ୍ୟ ଫିନାଇଲ, ମଶା ତେଲ ପ୍ରୟୋଗ କରାନଯାଇ ମିଥ୍ୟା ବିଲ କରି ଟଙ୍କା ହଡପ କରାଯାଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ । ଡ୍ରେନ ସଫେଇ ନାଁରେ ଲକ୍ଷ ଲକ୍ଷ ଟଙ୍କା ମିଥ୍ୟା ବିଲ କରାଯାଉଛି। ପରିମଳ ୬୨ କୋଟି ୨୯ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ସହରରେ ସଫେଇ କାର୍ଯ୍ୟ ଭଲଭାବେ କରାଯାଉନାହିଁ । ଡ୍ରେନ ସଫେଇ ପାଇଁ ବାର୍ଷିକ ୫ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ କରାଯାଉଥିବା ବେଳେ ସହରରେ ଠିକଭାବେ ଡ୍ରେନ ସଫା କରାଯାଉନାହିଁ ।ସେଭଳି ପୌରପାଳିକା ମଧ୍ୟରେ ଷ୍ଟଲ ବଣ୍ଟନ ରେ ଦୁର୍ନୀତି କରାଯାଇ ଉପଯୁକ୍ତ ହିତାଧିକାରୀ ଙ୍କୁ ଷ୍ଟଲ ବଣ୍ଟନ କରାନଯାଇ ଲକ୍ଷାଧିକ ଟଙ୍କା ଲାଞ୍ଚ କାରବାର କରି ଗୋଟିଏ ପରିବାର ର ଏକାଧିକ ସଦସ୍ୟ ଙ୍କୁ ଷ୍ଟଲ ବଣ୍ଟନ କରାଯାଇଇଛି ଯାହା ଫଳରେ ସହରର ଗରିବ ଆର୍ଥିକ ଅନଗ୍ରସର ଶ୍ରେଣୀ ର ଲୋକେ ଷ୍ଟଲ ପାଇବା ରୁ ବଂଚିତ ହୋଇଥିବା ଅଭିଯୋଗ ଆଣିଛନ୍ତି ପ୍ରଦୀପ ମାଝୀ । ପୂର୍ବରୁ ଅନେକ ହିତାଧିକାରୀ ଷ୍ଟଲ ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଷ୍ଟଲ ଦିଆଯାଇ ନାହିଁ ।୨୦୧୮ ରୁ ସେମାନେ ଅପେକ୍ଷା କରୁଥିବା ବେଳେ ନୂତନ ହିତାଧିକାରୀ ଏବଂ ବଡ଼ବଢ଼ିଆ ଲୋକଙ୍କୁ ଷ୍ଟଲ ଦିଆଯାଇଛି। ସେଭଳି ବିଗତ ବର୍ଷେ ଦୁଇ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ରାସ୍ତା ବର୍ତ୍ତମାନ ଉଭାନ ହୋଇଯାଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ। ଅଭିନନ୍ଦନ କଲ୍ୟାଣ ମଣ୍ଡପ ନିକଟରେ ୪୨ ଲକ୍ଷ ଟଙ୍କାର ନିନ୍ମମାନର ଫେବର ବ୍ଲକ ରାସ୍ତା କରାଯାଇଛି ଯାହା କେଉଁ ଅଞ୍ଚଳକୁ ସଂଯୋଗ କରୁଛି ଏବଂ କାହାପାଇଁ ସେ ରାସ୍ତା କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ। ସେଭଳି ୧ ନମ୍ବର ୱାର୍ଡ ରେ ଥିବାବିଦ୍ୟା ନିକେତନ କଲେଜ ପର୍ଯ୍ୟନ୍ତ୫ କୋଟିର ରାସ୍ତା ନିର୍ମାଣ କରାଯିବା ପରେ କଲେଜ ଠାରୁ ଆଗକୁ ପ୍ରାୟ ୧ କିଲୋମିଟର ରାସ୍ତା ବିଲବାଡ଼ି ଥିବା ଅଞ୍ଚଳକୁ କାହା ସ୍ୱାର୍ଥରେ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ।ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ପୌରପାଳିକା ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ର କହିଛନ୍ତି ତାଙ୍କୁ ପୌରପାଳିକା ରେ ଅଣଦେଖା କରାଯାଉଛି ଏବଂ କୌଣସି ତଥ୍ୟ ମାଗିଲେ ଦିଆଯାଉନାହିଁ। ବୈଠକ କିମ୍ବା କୌଣସି କାର୍ଯ୍ୟକ୍ରମ ପୂର୍ବରୁ ସୂଚନା ଦିଆଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଏସବୁ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଏବଂ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସମରେଶ ମହାନ୍ତି । ସାମ୍ବାଦିକ ସମ୍ମିଳନୀ ପରେ ଏସବୁ ଦୁର୍ନୀତି ଗୁଡିକୁ ନେଇ ପ୍ରଦୀପ ମାଝୀ ଭିଜିଲାନ୍ସ ରେ ଲିଖିତ ଅଭିଯୋଗ କରି ତଦନ୍ତ କରିବାକୁ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି କାଉନସିଲର ମାନଙ୍କ ସହ ଅବିଭକ୍ତ କୋରାପୁଟ ଜଣ ସଭାପତି ତାପସ ତ୍ରିପାଠୀ ,ବରିଷ୍ଠ ନେତା ସରୋଜ ପାତ୍ର, ପୂର୍ବତନ କାଉନସିଲର ଉତ୍ତମ ତ୍ରିପାଠୀ ,ସାଧାରଣ ସମ୍ପାଦକ ଭୀମ ହରିଜନ, ବିଜେଡି ନଗର ସଭାପତି ପ୍ରମୋଦ ରଥ, ସୁମିତ ପାଳ, କୁନା ପାଢ଼ୀ, କ୍ରିଷ୍ଣା ତ୍ରିପାଠୀଙ୍କ ସମେତ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ ।