ପୌରପାଳିକା ସମ୍ମୁଖରେ ସଦର ବିଜେପିର ଗଣଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବି ନେଇ ସଦର ବିଜେପି ପକ୍ଷରୁ ବାଲେଶ୍ୱର ପୌରପାଳିକା ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ଉପ-ସଭାପତି ମାନସ ଦତ୍ତଙ୍କ ନେତୃତ୍ୱରେ ଆୟୋଜିତ ଏହି ଗଣଧାରଣାରେ ଶତାଧିକ କର୍ମୀ ଯୋଗ ଦେଇଥିଲେ । ପୌର ପରିଷଦ ଗଠନକୁ ବର୍ଷେ ପୂରିବାକୁ ଯାଉଥିବା ବେଳେ ପୌରାଞ୍ଚଳରେ ବିକାଶ ଠପ ହୋଇଯାଇଥିବା ଶ୍ରୀ ଦତ୍ତ ଆରୋପ କରିଥିଲେ । ବିଶେଷ କରି ପୌର ଅଧ୍ୟକ୍ଷା, ପୌର ସଦସ୍ୟ ସଦସ୍ୟା ତଥା ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟର ଅଭାବରୁ ବାଲେଶ୍ୱର ସହରରେ କୌଣସି ଉନ୍ନୟନ ମୂଳକ ନୂତନ ପ୍ରକଳ୍ପ ଶୁଭାରମ୍ଭ ହୋଇପାରୁ ନଥିବା ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ସହର ସୌନ୍ଦର୍ଯ୍ୟକରଣ ଆଳରେ ରାସ୍ତା ପାଶ୍ୱର୍ରୁ ଉଠା ଦୋକାନୀଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ଉଚ୍ଛେଦ କରି ସେମାନଙ୍କ ଜୀବନ ଜୀବିକାକୁ ବିପନ୍ନ କରାଯାଉଥିବା ବିଜେପି କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି । ଉଚ୍ଛେଦ ଦୋକାନୀଙ୍କୁ କ୍ଷତିପୂରଣ ପ୍ରଦାନ, ପୌରପାଳିକାରେ ଜଣେ ସ୍ଥାୟୀ ଓ ପୂର୍ଣ୍ଣକାଳୀନ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଯୁକ୍ତି, ଅମୃତ ଯୋଜନା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ତୁରନ୍ତ କାର୍ଯ୍ୟକାରୀ କରିବା, କେନ୍ଦ୍ର ସରକାରଙ୍କ ଅନୁଦାନ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଟେଣ୍ଡର ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବା, ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ଓ ଜାଗା ମିଶନରେ ଗରିବ ହିତାଧିକାରୀଙ୍କୁ ଚୟନ ସହ ତୁରନ୍ତ ପକ୍କାଘରର କାର୍ଯ୍ୟାଦେଶ ପ୍ରଦାନ, ଅବିବାହିତ ମହିଳା, ବିଧବା, ବୃଦ୍ଧ/ବୃଦ୍ଧା ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ପାଇଁ ବିଜେପି କର୍ମକର୍ତ୍ତାମାନେ ଦାବି କରିଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଚାଲିବା ନେଇ ଚେତାବନୀ ଦିଆଯାଇଥିଲା । ତେବେ ସଂଧ୍ୟାରେ ଅତିରିକ୍ତ ଜିଲାପାଳ ଧାରଣାସ୍ଥଳରେ ପହଞ୍ଚି ସମସ୍ୟା ସମାଧାନରଲିଖିତ ପ୍ରତିଶ୍ରୁତି ଦେଲା ପରେ ଦଳ ପକ୍ଷରୁ ଧାରଣା ପ୍ରତ୍ୟହୃତ ହୋଇଥିଲା । ବରିଷ୍ଠ ବିଜେପି ନେତା ସୁଜିତ ଦେବ, ରବିନାରାୟଣ ମହାପାତ୍ର, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଉପେନ୍ଦ୍ର ଶତପଥୀ, କାଉନସିଲର ସତ୍ୟଶିବ ସୁନ୍ଦର ଦାଶ, ନିତ୍ୟଗୋପାଲ ସିଂ, ରୋଜାଲିନ ପାଣି, ସସ୍ମିତା ନାଥ, ପ୍ରତିମା ବେହେରା ଓ ନିରୂପମା ଦାଶ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ବିବେକ ମହାନ୍ତି, ରାଜେନ୍ଦ୍ର ଚାଟାର୍ଜୀ, ପ୍ରବୀର ଶଙ୍କର ଦାଶ, ସଂଯୁକ୍ତା ମହାପାତ୍ର, ଶ୍ରୀୟା ଦାଶ, ସସ୍ମିତା ଦାଶ, ସସ୍ମିତା ଶୁକ୍ଳା, ସ୍ୱର୍ଣ୍ଣପ୍ରିୟା ନାଥ, ମଧୁଶ୍ରୀ ପଣ୍ଡା, ଆଶାଲତା ବାଡି, ପ୍ରଶାନ୍ତ ପରିଡା, ମନ୍ମଥ ପାତ୍ର, ଦିଲ୍ଲୀପ ମାଝୀ, ବସନ୍ତ ନାୟକ, ମାନସ ସାହୁ, ମଧୁସୂଦନ ମାଝୀ, ଜୀବନ ପାଣି, କାର୍ତ୍ତିକ ନାଥ, ସେଖ ହଲିମ, ହରେନ୍ଦ୍ର ପ୍ରଧାନ, ଅନିମେଶ ଦେ, ପ୍ରହ୍ଲାଦ ଦାସ, ତରୁଣ ବର୍ଦ୍ଧନ, ଚତ୍ତରଞ୍ଜନ ଦତ୍ତ, ସଞ୍ଜୀବ ପ୍ରଧାନ, ସୁମିତ୍ରା ପରିଡ଼ା ପ୍ରମୁଖ ଏହି ପ୍ରତିବାଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


