ପୌରସଂସ୍ଥା ପକ୍ଷରୁ ପଲିଥିନ୍ ବିରୋଧୀ ଅଭିଯାନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୌରସଂସ୍ଥା ପକ୍ଷରୁ ଶୁକ୍ରବାର ଅପରାହ୍ନରେ ସହରର ତିନିମୁହାଣି ମାର୍କେଟ୍ରେ ପଲିଥିନ ବିରୋଧୀ ଅଭିଯାନ ଚାଲିଥିବା ବେଳେ ପଲିଥିନ ଜବତକୁ ନେଇ ଜନୈକ ବ୍ୟବସାୟୀ ପୌର କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ପୌରସଂସ୍ଥା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ଏମ୍ଏଚ୍ପିସି ସୁକାନ୍ତ ବିଶ୍ୱାଳ, ସାନିଟାରି ଏକ୍ସପର୍ଟ୍ ଓ ପୌର କର୍ମଚାରୀମାନେ ଟାଉନ ଥାନା ପୋଲିସ ଉପସ୍ଥିତିରେ ତିନିମୁହାଣୀ ମାର୍କେଟର ବିଭିନ୍ନ ଦୋକାନରୁ ପଲିଥିନ୍ ଓ ଫୋମ୍ ପ୍ଲେଟ୍ ଏବଂ ଜରି ଜବତ କରୁଥିବା ସମୟରେ ସାହୁ ବ୍ରଦର୍ସ୍ ନାମକ ଏକ ସଂସ୍ଥାର ମାଲିକ ପୌର କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଗାଳିଗୁଲଜ କରିଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ କର୍ମଚାରୀମାନଙ୍କ ପକ୍ଷରୁ ଜଣାଇ ଦିଆଯାଇଛି ।