ପୌରାଂଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ/ ଶେଷଦେବ ସାହୁ) : ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ହିଂଜିଳିକାଟୁ ପୌରାଂଚଳକୁ ପରିଦର୍ଶନରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି । ପୌରପରିଷଦ କାର୍ଯ୍ୟାଳୟ ପରିସରରେ ନିର୍ମାଣଧିନ ଥିବା ଏମପିସିସି କୋଠା ବୁଲି ଦେଖିବା ସହ ପରିଷଦର ସ୍ଥାୟୀ ଆୟ ଓ ବ୍ୟୟକୁ ନେଇ ତର୍ଜମା କରିଥିଲେ । ପୌରାଂଚଳକୁ ସରସ ସୁନ୍ଦର କରିବା ସକାଶେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପୌରପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କୁ ପରାମର୍ଶ ଦେଇଥିଲେ । ପୌରାଂଚଳ ମଧ୍ୟରେ ଉଚ୍ଚମାନର ପରିଶ୍ରାଗାର ନିର୍ମାଣ ସକାଶେ ନିର୍ବ୍ରାହୀ ଅଧିକାରୀ ଡ଼ଃ. ସାହୁଙ୍କୁ କହିଥିଲେ । ପରେ ପରିଷଦର ସମସ୍ତ କର୍ମଚାରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ବିଭାଗର କାର୍ଯ୍ୟଦକ୍ଷତା ପରଖିଥିଲେ । ପୌରପରିଷଦ ସମସ୍ତ କାର୍ଯ୍ୟକୁ ନେଇ ଜିଲ୍ଲାପାଳ କୁଲାଙ୍ଗେ ସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ, ବିଡ଼ିଓ ପ୍ରସନ କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ଅଶ୍ୱିନି ନାୟକ, କୌଳାସ ଚନ୍ଦ୍ର ସାବତ, ଅଭିରାମ ସାହୁ, ବିବେକାନନ୍ଦ ମହାପାତ୍ର, ଇ. କିଶାନ କୁମାର ପାତ୍ର, ମୋହନ ଆଚାରୀଙ୍କ ସମେତ ପୌର ପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ